ବିଦ୍ୟାଶ୍ରୀ କୁ ବାହା ହେଇ ଭୁଲ ହେଇଗଲା

ପ୍ରେମ, ବିବାହ ଏବଂ ପରକିୟା ପ୍ରୀତି କୁ ନେଇ ଜୋରଦାର ଚର୍ଚା ରେ ଥିବା ପାରଳା ଖେମୁଣ୍ଡି ର ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ଙ୍କ ଘଟଣା ରେ ଏବେ ନୂଆ ଟ୍ଵିଷ୍ଟ ଆସିଛି I ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ଯାଞ୍ଚ ଚାଲିଥିବା ବେଳେ ସୌମ୍ୟ ଙ୍କ ବାସଭବନ ରୁ ଏକ ଚିଠି ମିଳିଛି ଯେଉଁଥିରେ ଲେଖାଅଛି କି ସତରେ ବାହା ହୋଇ ବହୁତ ବଡ ଭୁଲ୍‌ ହୋଇଗଲା, ଏହି ଲେଖା କୁ ନେଇ ଏବେ ଜୋରଦାର ଚର୍ଚା ,ଲେଖାଟି କିଏ ଲେଖିଛି ସୌମ୍ୟ ନା ଆଉ କେହି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ କିନ୍ତୁ ଯେହେତୁ ବାସଭବନ ରୁ ମିଳିଛି ତେଣୁ ଚର୍ଚା ହେଉଛି ହୁଏତ ସୌମ୍ୟ ଲେଖି ଥାଇପାରନ୍ତି I ସୂଚନା ଥାଉ କି ଗତ ୧୨ ତାରିଖ ରାତିରେ ସରକାରୀ ବାସଭବନ ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟ ଙ୍କ ଶରୀର ମିଳିଥିଲା I

ଏବଂ କଟକରେ ଏକ ଘରୋଇ ମେଡିକାଲରେ ଭର୍ତି କରାଯିବା ପରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଏବଂ ଡିଏଫ୍‌ଓ ମଧ୍ୟରେ ପରକୀୟା ପ୍ରୀତି ଥିବା ସୌମ୍ୟ ଙ୍କ ବାପା ଗଣାମାଧ୍ୟମ ରେ ଅଭିଯୋଗ କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ଯାହାକୁ ନେଇ ପୋଲିସ ତଦନ୍ତ ସହିତ ଛାନଭିନ ଜାରି ରଖିଛି I

Leave a Comment