ବଡ କମ୍ପାନୀ ର ଛୋଟିଆ ନୀତି ,ମାନବିକତା ଭୁଲିଗଲେ ଟାଟା କର୍ତ୍ତୃପକ୍ଷ ଦିବ୍ୟାଙ୍ଗ କୁ କଲେ ଛଟେଇ

ସ୍ୱତନ୍ତ୍ର ଉପସ୍ଥାପନା : ଲକି (OE ବ୍ୟୁରୋ ) କୁହାଯାଏ ସବୁ ଠାରୁ ଶ୍ରେଷ୍ଠ ମାନବିକତା ,କେଜାଣି କେଉଁଠି ବି ଦିବ୍ୟାଙ୍ଗ କୁ ଦେଖିଲେ ତାଙ୍କ ପ୍ରତି ମନରୁ ସ୍ୱତଃ ସନମାନ ଏବଂ ଦୟା ଭାବ ଉତ୍ପର୍ନ୍ନ ହୁଏ I କିନ୍ତୁ ଓଡ଼ିଶାରେ ନୂଆ କରି ଆସିଥିବା ଟାଟା ର କର୍ତ୍ତୃପକ୍ଷ ଯେ ସାମାନ୍ୟ ତମ ମାନବିକତା ରଖିନାହାନ୍ତି ତାହା ପଙ୍କଜ ଙ୍କ କ୍ଷେତ୍ର ରୁ ଜଳଜଳ କରି ଦେଖାଯାଉଛି I ଓଡିଶା ବିଦ୍ୟୁତ ବଣ୍ଟନ କମ୍ପାନୀ ନେସ୍କୋ ୱେସ୍କୋ ସାଉଥ କୋ ସେସୁ କୁ ଟାଟା ଅଧିଗ୍ରହଣ କରିଥିବା ବେଳେ ହଜାର ହଜାର ଶ୍ରମିକ ଛଟେଇ ହେଇ ରାଜରାସ୍ତା ରେ ବସିଥିବା ବେଳେ ଓଡ଼ିଆ ପିଲାମାନଙ୍କ ପ୍ରତି ଟାଟା କର୍ତ୍ତୃପକ୍ଷ ଙ୍କ ବୈମାତୃମ ମନୋଭାବ ଏବେ ସୋସିଆଲ ମିଡ଼ିଆ ଠାରୁ ଗଣମାଧ୍ୟମ ର ଶୀର୍ଷକ ପାଲଟିଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ଜଣେ ଦିବ୍ୟାଙ୍ଗ I ଘଟଣାଟି ଅତା ଯାଜପୁର ସୁକିନ୍ଦା ଅନ୍ତର୍ଗତ କଂଟିରା ଗ୍ରାମର I ଏହି ଗ୍ରାମର କଥା କହିପାରୁନଥିବା କି ଶୁଣି ପାରୁନଥିବା ଦିବ୍ୟାଙ୍ଗ ପଙ୍କଜ ମଲ୍ଲିକ ଭୁବନ ସବଡ଼ିଭିଜନ ରେ ଏଂଜେନ ଦ୍ୱାରା ବିଦ୍ୟୁତ ମିଟର ରିଡିଂ ପାଇଁ ନିୟୋଜିତ ଥିଲେ , ତେବେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପଙ୍କଜ ବାରମ୍ବାର ପୁରସ୍କୃତ ବି ହେଇଛନ୍ତି ,

କଥା ସିନା କହିପାରନ୍ତି ନାହିଁ କିନ୍ତୁ କେବେ କାର୍ଯ୍ୟରେ ହେଳା କରିନାହାନ୍ତି କିନ୍ତୁ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦିତ କରିଥିବା ପଙ୍କଜ ଙ୍କୁ ଟାଟା ଅଧିଗ୍ରହଣ ପରେ ଯେ ଜୀବିକା ହରେଇବାକୁ ପଡିବ ଏକଥା କିଏ ବା ଜାଣିଥିଲା ? ଏବେ ଦୀର୍ଘ ଦେଢ଼ ବର୍ଷ ଧରି ଜୀବିକା ହରେଇ ଘରେ ବସି ରହିଛନ୍ତି ପଙ୍କଜ ,ସ୍ତ୍ରୀ ମଧ୍ୟ ଦିବ୍ୟାଙ୍ଗ ସେ ବି କଥା କହିପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ ,ସାଙ୍ଗରେ 3ବର୍ଷ ର ପୁଅ ମଧ୍ୟ I ବାପା ମା ଏବଂ ଭଉଣୀ ର ଭାର କେମିତି ତୁଲେଇବେ ପଙ୍କଜ ?
ଏବେ କେବଳ ବାହୁନି ବାହୁନି କାନ୍ଦି ନିଜର ଦୁଃଖ ଜଣାଉଛନ୍ତି ପଙ୍କଜ ଏବଂ ତାଙ୍କ ପତ୍ନୀ ,ନ୍ୟାୟ ମାଗୁଛନ୍ତି ଆଉ ବଞ୍ଚିବା ପାଇଁ ଗୁହାରି ବି କରୁଛନ୍ତି ,କିନ୍ତୁ ଉଞ୍ଚ ଅଧିକାରୀ ଙ୍କ ପାଖରେ ବୋଧହୁଏ ତାଙ୍କ ଗୁହାରି ପହଞ୍ଚି ପାରୁନାହିଁ ,ସମସ୍ତଙ୍କୁ ଅନୁରୋଧ ଏ ଖବର କୁ ବହୁମାତ୍ରା ରେ ଶେୟାର କରି ସରକାର ଙ୍କ ପାଖରେ ପହଞ୍ଚାନ୍ତୁ

Leave a Comment