ଖୋଲୁଛି ଗୁମର ସୌମ୍ୟ ମୃତ୍ୟୁ ସହିତ ଲଢୁଥିଲେ ସ୍ତ୍ରୀ ନାଲି ପୁଟୁଳି ରେ ସୁନା ଗହଣା ପୁରେଇ ମା କୁ ଦେଇଦେଇଥିଲେ

ବହୁ ଚର୍ଚିତ ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ର ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲୁଛି I ତେବେ ସୌମ୍ୟ ଙ୍କ ମା ବୋହୁ ବିଦ୍ୟା ଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ପୁଅ ମୃତ୍ୟୁ ସହିତ ଲଢ଼ୁଥିବା ବେଳେ ବୋହୁ ଘର ଭିତରୁ ସୁନା ଗହଣା ଟଙ୍କା ମୋବାଇଲ ସବୁ ଏକ ନାଲି ପୁଟୁଳି ରେ ଭର୍ତି କରି ବାପଘର କୁ ପଠେଇ ଦେଇଛି I ସ୍ୱାମୀ ଙ୍କ ମୃତ୍ୟୁ ପରେ ବିଦ୍ୟା ଙ୍କ ମୁଁହରେ ଟିକେ ବି ଦୁଃଖ ନଥିଲା କି ସେ କାନ୍ଦିନଥିଲେ ବରଂ ମୃତ୍ୟୁ ପରେ ପରେ ନିଜ ବାପା ମା ଙ୍କ ସହିତ ବାପ ଘରକୁ ପଳାଇଥିଲେ I

ତେବେ ହସ୍ପିଟାଲ ର ଭିଡିଓ ଅନୁଯାୟୀ ଦେଖାଯାଇଛି କି ବିଦ୍ୟା ଙ୍କ ହାତରେ ଏକ ନାଲି ପୁଟୁଳି ରହିଛି ଯାହାକୁ ସେ ହାତରୁ ତିଳେମାତ୍ର ହିଁ ଛାଡି ନାହାନ୍ତି I ଏପଟେ ସ୍ୱାମୀ ମୃତ୍ୟୁ ସହିତ ଲଢ଼ୁଥିବା ବେଳେ ସେପଟେ ସ୍ତ୍ରୀ ଙ୍କ ହାବଭାବ ସନ୍ଦେହ ଘେର କୁ ଚାଲି ଆସିଛି କେବଳ ଏତିକି ନୁହେଁ ବିଦ୍ୟା ଙ୍କ ସମ୍ପର୍କୀୟ ଭାଉଜ ତଥା ଜଣେ ପୋଲିସ ଅଧିକାରିଣୀ କାର୍ଯ୍ୟକଳାପ ସନ୍ଦେହ ଘେର ରେ I ଯିଏକି ଗୁରୁତର ସୌମ୍ୟ ଯାଉଥିବା ଆମ୍ବୁଲାନ୍ସ କୁ ଦୀର୍ଘ ଅଧ ଘଣ୍ଟା ଅଟକାଇ ଥିଲେ I

Leave a Comment