ବ୍ୟୁରୋ ରିପୋର୍ଟ :ଓଟି : ବିଦ୍ୟୁତ ଚୋରି କରୁଛନ୍ତି କି ସାବଧାନ ! ବିଦ୍ୟୁତ ଚୋରି ରୋକିବାକୁ ବିଦ୍ୟୁତ ବିଭାଗ TPCODL ଦୃଢ ପଦକ୍ଷେପ ନେଇଛି I ସୂଚନା ଅନୁଯାୟୀ ଆଜି ତା 27.07.2021 ରିଖ ଦିନ ତାଳଚେର ବିଦ୍ୟୁତ ବିଭାଗ ଅନ୍ତର୍ଗତ ବନରପାଲ ବିଦ୍ୟୁତ ବିଭାଗ ଅନ୍ତର୍ଗତ ତଳମୁଳ ,କୁଲାଡ଼ ,ଗିରାଙ୍ଗ ,ନୂଆହତା ,ସନ୍ତ୍ରୀ ଏବଂ ବନରପାଲ ବଜାର ରେ ବିଦ୍ୟୁତ ଉପଭୋକ୍ତା ଙ୍କ ବାସଭବନ ରେ ଅଚାନକ ଯାଞ୍ଚ କରାଯାଇଥିଲା I
ପ୍ରାୟ 20ରୁ ଉର୍ଧ ବିଦ୍ୟୁତ ଚୋରି କରୁଥିବା ଉପଭୋକ୍ତା ଙ୍କୁ ଜୋରିମାନା ଲଗାଯାଇଛି I ୟାକୁ ନେଇ ବିଦ୍ୟୁତ ଚୋରି କରୁଥିବା ଉପଭୋକ୍ତା ଙ୍କ ମଧ୍ୟରେ ଭାଳେଣି ପଡିଥିବା ବେଳେ ଜନସାଧାରଣ ରେ ପ୍ରସଂଶା କରାଯାଇଛି I ଏପରି ଲଗାତାର କରାଗଲେ ଆଗାମୀ ଦିନରେ ବିଦ୍ୟୁତ ଚୋର ସାବାଡ଼ ହେବା ସହିତ ସାଧାରଣ ଲୋକ ସଠିକ ବିଦ୍ୟୁତ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚା ଚାଲିଛି I