ମହଙ୍ଗା ପଡିଲା ବିଜୁଳି କର୍ମଚାରୀ ଙ୍କୁ ଗାଳି ଗୁଲଜ ,ଥାନାରେ ଏତଲା ରୁଜୁ

(୨୫/୦୮ /୨୦୨୧) ବଅଁରପାଳ :ଅନୁଗୁଳ ଜିଲ୍ଲା ବଅଁରପାଳ ରେ ୨୭/୦୭ /୨୦୨୧ ତାରିଖରେ ବିଜୁଳି ବିଭାଗର ଏନଫୋର୍ସମେଣ୍ଟ ଦଳ ନୂଆହତା ଅଞ୍ଚଳରେ ଥିବା ଏକ ଢାବା ଉମାଶଙ୍କର କୁ ଚଢାଉ କରିଥିଲେ। ଚଢାଉ ସମୟରେ ଦେଖିବାକୁ ମିଳିଥିଲା କି ମିଟର ଟ୍ୟାପିଂରିଙ୍ଗ କରି ବିଜୁଳି ବ୍ୟବହାର କରାଯାଉଥିଲା ବିଦ୍ୟୁତ ବିଲ ଟି ଉପଭୋକ୍ତା ବିଭୁ ପ୍ରସାଦ ରଥ ଙ୍କ ନାମରେ ଥିବା ବେଳେ ଏହାକୁ ଦୁଷ୍ମନ୍ତ ଚଳାଇ ଆସୁଅଛନ୍ତି I ମିଟର ଟାମ୍ପରିଙ୍ଗ ଯୋଗୁଁ ହୋଟେଲ କୁ ମୋଟା ଅଙ୍କର ଜୋରିମାନା ଲଗାଯାଇଥିଲା I ବିଜୁଳି ବିଭାଗ ତରଫରୁ ବାରମ୍ବାର ସୂଚନା ଦିଆଯିବା ପରେ ଜୋରିମାନା ବାବଦ ଅର୍ଥ ପୈଠ ନକରିବାରୁ ତା ୨୪/୦୮ /୨୦୨୧ ରିଖ ଦିପହର 2 ଟା ସମୟରେ TPCODL ତଥା ବିଜୁଳି ବିଭାଗର ଜୁନିୟର୍ ମ୍ୟାନେଜର( ବାଣିଜ୍ୟ ) ଗୋପାଳ ଚନ୍ଦ୍ର ପତି ନିଜ ଟିମ୍ ସମ୍ପୃକ୍ତ ଢ଼ାବା ର ବିଦ୍ୟୁତ ବିଛିର୍ଣ୍ଣ କରିବାକୁ ଯାଇଥିବା ବେଳେ ଧାଵା ର ପରିଚାଳକ ଏବଂ ତାଙ୍କ ପୁଅ ବିଜୁଳି ବିଭାଗର କର୍ମଚାରୀ ଙ୍କୁ ଅସଭ୍ୟ ଭାଷା ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର୍ ଧମକ ଦେଇଥିଲେ। ଏନେଇ ଜୁନିଅର ମ୍ୟାନେଜର ଏହି ପ୍ରକାର୍ ଧମକ କୁ ନେଇ ଜୁନିୟର୍ ମ୍ୟାନେଜର୍ ଶ୍ରୀ ପତି ଥାନାରେ ଅଭିଯୋଗ କରିଛନ୍ତି। ଏସ୍ ଆଇ ଆର ଆର୍ ପ୍ରଧାନ କେଶ୍ ନମ୍ବର ୨୭୫ ତା. ୨୪ /୦୮ /୨୦୨୧ ଦଫା ୩୪୧ /୨୯୪ /୩୨୩ /୩୫୩/୫୦୬/୩୪ IPC ମାମାଲା ରେ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି I ଅପରପକ୍ଷରେ ବିଶ୍ୱସ୍ତ ଖବର ଅନୁଯାୟୀ ସମ୍ପୃକ୍ତ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ଜୁନିୟର୍ ମ୍ୟାନେଜର୍( ବାଣିଜ୍ୟ ) ଙ୍କୁ କ୍ଷମା ପ୍ରାଥନା କରି ବିଜୁଳି ବିଭାଗର କତୃପକ୍ଷ ଙ୍କ ସହ ଆପୋଷ ବୁଝାମଣା ରେ ଜୋରିମାନା ଯଥା ଶୀଘ୍ର ପୈଠ କରିବାର ପ୍ରତିଶ୍ରୁତି ଦେଇଥିଲେ।

Leave a Comment