କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ମନେ ପଡନ୍ତି ସମ୍ବିତ

କଟକ SCBରେ ଇକମୋ ଚିକିତ୍ସା ଆରମ୍ଭ ହେଇସାରିଛି ଏବଂ ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‌ମୋ ଚିକିତ୍ସା କରାଯାଇଛି। ଗତ ୨୭ତାରିଖରେ ମୁଖ୍ୟମନ୍ତ୍ରୀ ଇକମୋ ଚିକିତ୍ସାର ଶୁଭାରମ୍ଭ କରିଥିଲେ । ତେବେ ଇକମୋ ଚିକିତ୍ସା ଆରମ୍ଭ ପରେ ଭାବ ବିହ୍ଵଳ ହେଇପଡ଼ିଛନ୍ତି ନବୀନ ନନ୍ଦ , ଜଣେ ବାପା ଯିଏ ଅବେଳା ରେ ନିଜ ପୁଅ କୁ ହରେଇ ଦେଇଥିଲେ I ଇକମୋ ଚିକିତ୍ସା ପାଇଁ ଛଟପଟ ହେଇ ଜୀବନ ଯୁଦ୍ଧରେ ଲଢ଼ୁଥିବା ନିଜ ପୁଅକୁ ଦେଖି ମେ 22 ରେ ନବୀନ ନନ୍ଦ ଲେଖିଥିଲେ ଆଉ କିଛି ସମୟ ପରେ ମୋ ପୁଅ ଆରପାରିକି ଚାଲିଯିବ ଚିକିତ୍ସା ଅଭାବ ରୁ I ସତକୁ ସତ ସେୟା ହେଲା ଜଣାଶୁଣା ଯୁବ ପ୍ରତିଭା ସମ୍ବିତ ଓରଫ ସମସ୍ତଙ୍କର ପ୍ରିୟ ସୋମୁ ଭାଇ ଜୀବନ ଯୁଦ୍ଧରେ ହାରିଗଲେ ,କିଛିସମୟ ପାଇଁ ସୋସିଆଲ ମିଡ଼ିଆ ସ୍ତବ୍ଧ ହେଇଗଲା ,ଗୋଟେ ମେସିନ ପାଇଁ ଯେ ଜଣେ ବିରଳ ଯୁବ ପ୍ରତିଭା ଏମିତି ଅଧାରେ ଛାଡି ଚାଲିଯିବେ କେହି ବିଶ୍ୱାସ କରିପାରିନଥିଲେ I

ଜଣେ ଦରଦୀ ବାପା ଭାବରେ ନବୀନ ଲେଖିଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ । ଆଜି ମୋ ପୁଅ ନାହିଁ । ସବୁଦିନ ପାଇଁ ଓଡ଼ିଶାର ନଗ୍ନ କୋଭିଡ ପରିଚାଳନା ପାଇଁ ସେ ଚାଲିଗଲା । ଓଡ଼ିଶାରେ ଏହି ଇକମୋ ଚିକିତ୍ସା ପ୍ରତ୍ୟକ ହସ୍ପିଟାଲ ରେ ଆରମ୍ଭ କରାଯାଉ ,ଏବେ କଟକ ମେଡିକାଲ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୯ଟି ଏକମୋ ମେସିନ ଉଦ୍ଘାଟନ କଲେ । ମୋର ଗୋଟିଏ ପୁଅ ଚାଲିଗଲା କିନ୍ତୁ ଓଡ଼ିଶାର ଶହ ଶହ ପୁଅ ଏହି ମେସିନ ଯୋଗୁ ନୂଆ ଜୀବନ ପାଇବେ । ଭଗବାନମୋତେ ଯେଉଁ ଦୁଃଖ ଦେଲେ ଆଉ କାହାକୁ ନ ଦିଅନ୍ତୁ I

ଇକମୋ ଚିକିତ୍ସା ଅଭାବ ରୁ ସମ୍ବିତ ସିନା ଚାଲିଗଲେ କିନ୍ତୁ ଇକମୋ ଚିକିତ୍ସା ର ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ଗଲେ I ତୁମ ଅମର ଆତ୍ମା ର ସଦଗତି କାମନା କରୁଚୁ ସମ୍ବିତ #Odishaexclusive Team

Leave a Comment