ଅସୁସ୍ଥ ହୋଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି ଅଭିନେତା ଅଶ୍ୱିନୀ

ଅଭିନେତା ତଥା ଆଲବମ ଜଗତର ଜଣାଶୁଣା ଚେହେରା ଅଶ୍ୱିନୀ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I ନିକଟରେ ତାଙ୍କର ଆଲବମ ଏ ମନ ମୋ ମନ ପାର୍ଟ 2 ଲୋକଙ୍କ ମନ କିଣିନେଇଥିଲା ,ପୂର୍ବରୁ ମଧ୍ୟ ଆଲୋ ପାଗେଳୀ ଗଲୁ ବଦଳି ଭଳି ଅନେକ ଆଲବମ ସୁପର ହିଟ ସାବ୍ୟସ୍ତ ହେଇଛି I ତେବେ ଆଜି ଅଶ୍ୱିନୀ ଙ୍କ ବନ୍ଧୁ ପ୍ରେରଣା ଅଶ୍ୱିନୀ ହସ୍ପିଟାଲ ରେ ଥିବାବେଳେ ତାଙ୍କର ଏକ ଫୋଟୋ ଶେୟାର କରି ଲେଖିଛନ୍ତି କି ଛାତିରେ ଛୋଟ ଏକ ଅପରେସନ ହେଇଚି ,ସେ ଏବେ ସୁସ୍ଥ ଅଛନ୍ତି ଏବଂ ଖୁବ ଶୀଘ୍ର ଭଲ ହେଇ ହସ୍ପିଟାଲ ରୁ ବାହାରିବେ I

ତାଙ୍କ ଆରୋଗ୍ୟ କାମନା କରି ପ୍ରାଥନା କରିବାକୁ ସେ ନିବେଦନ କରିଛନ୍ତି I ତେବେ ଅଶ୍ୱିନୀ ଙ୍କ ଅଭିନୟ ଆପଣଙ୍କୁ କିଭଳି ଲାଗେ ମତାମତ ଜଣେଇବେ

Leave a Comment