TPCODL ତାଳଚେର ତରଫରୁ ଗାଁ ଚାଲ ଅଭିଯାନ ଏବଂ ନିୟମିତ ବିଦ୍ୟୁତ ଦେୟ ପୈଠ କରୁଥିବା ଗ୍ରାହକ ମାନଙ୍କୁ ପୁରସ୍କାର ପ୍ରଦାନ

OE ବ୍ୟୁରୋ :-16/09/2021 : ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଗୁଣବତ୍ତା ସେବା ଦେବା ସହିତ ଉପଭୋକ୍ତା ଙ୍କ ସମସ୍ୟା ସମାଧାନ କରିବାକୁ TPCODL ତାଳଚେର ତରଫରୁ ଆଜି ବନରପାଳ ସେକ୍ସନ ଅନ୍ତର୍ଗତ ସନ୍ତ୍ରୀ ଗ୍ରାମ ରେ ଏକ ଗାଁ ଚାଲ ଅଭିଯାନ ଆୟୋଜିତ ହୋଇଯାଇଛି I ଉକ୍ତ ଅଭିଯାନ ରେ 60 ରୁ ଉର୍ଧ ବିଦ୍ୟୁତ ଉପଭୋକ୍ତା ଯୋଗ ଦାନ ଦେଇ ନିଜ ସମସ୍ୟା ସମ୍ପର୍କ ରେ ଜଣାଇଥିଲେ I

ଉପଭୋକ୍ତା ଙ୍କ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବା ବେଳେ , ପୂର୍ବରୁ ବିଦ୍ୟୁତ ଉପଭୋକ୍ତା ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବେଳେ TPCODL ତରଫରୁ ବନରପାଳ ରେ ଉପଭୋକ୍ତା ଙ୍କ ପାଖରେ କମ୍ପାନୀ ପହଞ୍ଚି ଯେଉଁ ଭଳି ସମସ୍ୟା ସମାଧାନ କରିବାକୁ ନିଆରା ଉଦ୍ୟମ କରିଛି ଏପରି ଅଭିନବ ପ୍ରୟାସ କୁ ସବୁ ମହଲ ରୁ ସ୍ୱାଗତ କରାଯାଇଛି I

ଏହା ସହିତ ସନ୍ତ୍ରୀ ଗ୍ରାମ ପଂଚାୟତ ର ନିୟମିତ ବିଦ୍ୟୁତ ଶୁକ୍ଳ ପୈଠ କରୁଥିବା ଧୁଳିଆ ମାଝୀ ,ବିକ୍ରମ ମାଝି ,ବିଚିତ୍ର ବିଶୋଇ ,ଗିରିଶ ଗଡ଼ନାୟକ ,ଭ୍ରମ୍ବର ମାଝୀ ଙ୍କୁ ଆକର୍ଷୟଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା I

Leave a Comment