ପ୍ରଧାନ ଶିକ୍ଷକ ଙ୍କ ଅବସରରେ ଭୋ ଭୋ ହେଇ କାନ୍ଦିଲେ ପଞ୍ଚାୟତ ବାସି ,ସେଲ୍ଫି ନେବାକୁ ଭିଡ

ସ୍ୱତନ୍ତ୍ର ଉପସ୍ଥାପନା 🙁 ଗୋପାଳ ଚନ୍ଦ୍ର ପତି ) :ସମୟର ପରିବର୍ତନ ରେ ସବୁ କିଛି ବଦଳିଯାଇଛି ଏବେ ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ଘୋଷିତ ହେଇସାରିଛି ,ଶିକ୍ଷକ ଙ୍କ ପ୍ରତି ଛାତ୍ର ଛାତ୍ରୀ ମାନଙ୍କର ଭୟ ମଧ୍ୟ କମିଯାଇଛି ,କିନ୍ତୁ ସେ ଏମିତି ଜଣେ ଶିକ୍ଷକ ବିଦ୍ୟାଳୟ ଛାଡିବାର ଅନେକ ବର୍ଷ ପରେ ବି ତାଙ୍କୁ ଦେଖିଲେ ଭୟ ମିଶା ଭକ୍ତି ରେ ପାଦ ଆପେ ଆପେ ଅଟକିଯାଏ ,ଅଜାଣତ ରେ ହାତ ଯୋଡି ହେଇଯାଏ ତାଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେବାକୁ I କେବଳ ପଞ୍ଚାୟତ ନୁହେଁ ବ୍ଲକ ରେ ସେ ସମସ୍ତଙ୍କର ପ୍ରିୟ ତଥା ଶିକ୍ଷକ ମାନଙ୍କର ମୁରବି ହୃଷୀ ସାର I ହୃଷୀ କେଶ ବିଶ୍ୱାଳ ,ଘର ଯାଜପୁର ଜିଲ୍ଲା ଯଖପୁରା, ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ହାଇସ୍କୁଲ ଖଣ୍ଡବନ୍ଧ ରେ ପ୍ରଧାନ ଶିକ୍ଷକ ଭାବେ ଆଜି କାର୍ଯ୍ୟ ରୁ ଅବସର ନେଇଛନ୍ତି I


29. 08 .1984 ରୁ ଶିକ୍ଷକତା ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀଯୁକ୍ତ ହୃଷିକେଶ ବିଶ୍ୱାଳ ପଞ୍ଚାୟତ ହାଇସ୍କୁଲ ଖଣ୍ଡବନ୍ଧ ରେ ନିଜ ହାତ ରେ ତିଆରି କରିଛନ୍ତି ହଜାର ହଜାର ଉତ୍ତରପିଢ଼ି I ଆଜି ସେଇ ମହାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ଭର୍ଧନା ରେ ସମସ୍ତ ଙ୍କ ଆଖି ରେ ଲୁହ ଝରି ପଡୁଥିଲା ,ସମସ୍ତ ଙ୍କ ପାଟିରେ କଥା ନଥିଲା I

ସେ କୌଣସି ରାଜନେତା କିମ୍ବା ସେଲିବ୍ରିଟି ନଥିଲେ ତଥାପି କୋଭିଡି ସମୟରେ ସୁରକ୍ଷା କୁ ଦୃଷ୍ଟି ରେ ରଖି ,କୋଭିଡି ନିୟମ ପାଳନ କରି ହଜାର ହଜାର ଗ୍ରାମବାସୀ ତାଙ୍କ ସହିତ ସେଲ୍ଫି ନେବାକୁ ବ୍ୟାକୁଳିତ ଥିଲେ I ଏକ ବିଶାଳ ପଟୁଆର ରେ ପ୍ରଧାନ ଶିକ୍ଷକ ଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ,ଯେ କେହି ଦେଖିଲେ ଭାବିବ ବୋଧହୁଏ କୌଣସି ସେଲିବ୍ରିଟି ବୋଧହୁଏ କିନ୍ତୁ ସେ ସେଲିବ୍ରିଟି ଠାରୁ ବି ଅଧିକ ଲୋକପ୍ରିୟ ,ନହେବେ ବା କେମିତି ଦୀର୍ଘ ତିନି ଦଶନ୍ଧି ଧରି ସେ ଏଠାରୁ ହଜାର ହଜାର ପିଲାଙ୍କୁ କେବଳ ଶିକ୍ଷା ନୁହେଁ ଜୀବନର ମୂଲ୍ୟବୋଧ ଶିଖାଇ ଜୀବନ ଜିଇଁବା ର ବାଟ ଦେଖାଇଛନ୍ତି I ଶିକ୍ଷକ ସମାଜ ପାଇଁ ଗର୍ବ ସାଜିଥିବା ଶ୍ରୀଯୁକ୍ତ ବିଶ୍ୱାଳ ଓରଫ ସମସ୍ତଙ୍କର ପ୍ରିୟ ହୃଷୀ ସାର ଙ୍କ ପାଇଁ ଜଗନ୍ନାଥ ଙ୍କୁ ପ୍ରାଥନା ତାଙ୍କ ଅବସର କାଳୀନ ସମୟ ଖୁସି ରେ ଅତିବାହିତ ହେଉ
I

Leave a Comment