ସୌମ୍ୟ ଙ୍କୁ ଆଉ ଟିକେଟ ମିଳିବନି ଭିଜିଲାନ୍ସ ରେଡ ହେଇପାରେ :ତାରା ବାହିନୀ ପତି

ନିଜ ସମ୍ପାଦକୀୟ ରେ ନିଜ ଦଳର ସୁପ୍ରିମ ଙ୍କୁ ଟାର୍ଗେଟ କରି ଲେଖି ଏବେ ଚର୍ଚାରେ ସୌମ୍ୟ ରଞ୍ଜନ ପଟନାୟକ I ମମିତା ହତ୍ୟାକାଣ୍ଡ ପରେ ଗୋଟିକ ପରେ ଗୋଟିଏ ଗୁଗୁଲି ଛାଡ଼ୁଛନ୍ତି ସୌମ୍ୟ I ନିକଟରେ ସମ୍ପାଦକୀୟ ବୃତ୍ତି ପାର୍ଟି ଓ ମାଟି ଶୀର୍ଷକ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ଖୋଲାଖୋଲି ଟାର୍ଗେଟ କରିଥିବା ବେଳେ ଏପଟେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ଏନେଇ ମୁଁହ ଖୋଲିଛନ୍ତି .,କହିଛନ୍ତି କି ଦଳରେ ଥାଇ ମଧ୍ୟ ସମ୍ପାଦକୀୟ ରେ ଏଭଳି ଲେଖା ସ୍ୱାଗତଯୋଗ୍ୟ I

ପ୍ରଥମେ ମାଟି ପରେ ପାର୍ଟି I ମାଟି ମା ପାଇଁ ସୌମ୍ୟ ଯେଭଳି ଲେଖିଛନ୍ତି ହୁଏତ ଆଗାମୀ ଦିନରେ ତାଙ୍କୁ ଆଉ ଟିକେଟ ମିଳିନପାରେ ବରଂ ତାଙ୍କ ଘରେ ଭିଜିଲାନ୍ସ ରେଡ ହେଇପାରେ I ଏହାସହିତ ତାରା ଆହୁରି କହିଛନ୍ତି କି ସୌମ୍ୟ ବାବୁ ପୁନର୍ବାର ଯେଭଳି ଚାଷୀ ଙ୍କ ପାଇଁ ଆଗରୁ ଲଢୁଥିଲେ ସେଭଳି ଲଢନ୍ତୁ I
ତେବେ ତାରା ଙ୍କ ଏହି ଭିଜିଲାନ୍ସ ରେଡ ବୟାନ ଏବେ ରାଜନୀତି ମହଲ ରେ ଜୋରଦାର ଚର୍ଚା ହେବାରେ ଲାଗିଛି I

Leave a Comment