ବିଜେଡି ଟାର୍ଗେଟ ରେ ସୌମ୍ୟ ,ସୌମ୍ୟ ଙ୍କ ସମ୍ପାଦକୀୟ Vs ମୁଖା ତଳର ମୁଁହ , ମାଟି ପାର୍ଟି ମିଛ

ମମିତା ହତ୍ୟାକାଣ୍ଡ କୁ ନେଇ ନିଜ ସମ୍ପାଦକୀୟ ରେ ଲଗାତାର ସରକାର ଙ୍କୁ ଟାର୍ଗେଟ କରି ନିଦ ହଜେଇ ଦେଇଥିବା ସୌମ୍ୟ ଙ୍କୁ ନେଇ ଏବେ ବିଜେଡି ରେ ଟଣା ଓଟରା I ଖୋଦ ସରକାରୀ ଦଳରେ ଥାଇ ସରକାର ଙ୍କୁ ଟାର୍ଗେଟ କରିବା ଏବେ ସୌମ୍ୟ ଙ୍କୁ ଅଡୁଆ ରେ ପକାଇବାକୁ ଯାଉଛି I ଚୁପ ରହିଥିବା ବିଜେଡି ଶେଷରେ ସୌମ୍ୟ ଙ୍କୁ ଟାର୍ଗେଟ କରିଛି I

ଖଣ୍ଡପଡ଼ା ରେ ସୌମ୍ୟ ଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ଅନୁଭବ ପଟନାୟକ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି ସୌମ୍ୟ ଙ୍କ ବିରୁଦ୍ଧରେ ବିଶୋଦ୍ଗାର କରିଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଖବର କାଗଜ ରେ ମଧ୍ୟ ସୌମ୍ୟ ଙ୍କ ସମ୍ପାଦକୀୟ ମାଟି ପାର୍ଟି ବୃତି କୁ ନେଇ ମୁଖା ତଳର ମୁଁହ , ମାଟି ପାର୍ଟି ମିଛ ନାମକ ଶୀର୍ଷକ ରେ ଶାଣିତ କଟାକ୍ଷ କରାଯାଇଛି I ସୌମ୍ୟ ଙ୍କୁ କଥାରେ କଥାରେ ଚେତାଇ ଦିଆଯାଇଛି , ସୂଚନା ଥାଉ କି ନିକଟରେ କଂଗ୍ରେସ ର ତାରା ବାହିନୀ ପତି କହିଥିଲେ କି ସୌମ୍ୟ ଯେଭଳି ସମ୍ପାଦକୀୟ ଲେଖୁଛନ୍ତି ଆଗାମୀ ଦିନରେ ବିଜେଡି ତରଫରୁ ଟିକେଟ ମିଳିନପାରେ ଏବଂ ଭିଜିଲାନ୍ସ ରେଡ ହେଇପାରେ I

Leave a Comment