ଅଫିସ ଛୁଟି ପରେ କର୍ମଚାରୀଙ୍କୁ କଲ୍‌ କରିପାରିବେନି ମାଲିକ,କଲ୍‌ କଲେ ମିଳିବ ଦଣ୍ଡ, ଜାଣନ୍ତୁ କେଉଁଠି

ଅଫିସ ଛୁଟିପରେ ବି ପ୍ରାୟ କର୍ମଚାରୀ ଙ୍କୁ କମ୍ପାନୀ ମାଲିକ ଏବଂ ଉପର ଅଧିକାରୀ ଫୋନ କରି କାର୍ଯ୍ୟ ରେ ଲଗାଇ ଥାନ୍ତି , ବିଚରା କର୍ମଚାରୀ ଚାକିରୀ ଭୟରେ କିଛି କହିନପାରି ବାଧ୍ୟ ହେଇ ଘରେ ମଧ୍ୟ ଅଫିସ କାମ କରିଥାଏ ଚୁପ ଚାପ ,ତେବେ ଏହାକୁ ନେଇ ଆସିଛି ଏକ ଖୁସି ଖବର I ଅଫିସ ଡ୍ୟୁଟି ପରେ କର୍ମଚାରି ମାନେ ଏବେ ସମ୍ପୂର୍ଣ୍ଣ ମୁକ୍ତ , କୌଣସି ମାଲିକ କିମ୍ବା କର୍ତ୍ତୃପକ୍ଷ କଲ ,ମେସେଜ କିମ୍ବା ମେଲ କରିପାରିବେ ନାହିଁ I

ଯଦି କୌଣସି ମାଲିକ କିମ୍ବା କର୍ତ୍ତୃପକ୍ଷ ଅଫିସ ଛୁଟି ପରେ କର୍ମଚାରୀ ଙ୍କୁ ଅଫିସ ସଂକ୍ରାନ୍ତୀୟ କଲ୍‌ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ I ଏପରିକି ଜେଲ୍ ଦଣ୍ଡ ମଧ୍ୟ ମିଳିପାରେ I ଏଭଳି ଏକ ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଛନ୍ତି ପର୍ତ୍ତୁଗାଲ ସରକାର I ତେବେ ଆପଣଙ୍କ ମତରେ ଭାରତ ବି ଏପରି ଆଇନ ଲାଗୁ ହେବା ଆବଶ୍ୟକ କି ? କମେଣ୍ଟ ମାଧ୍ୟମ ରେ ମତାମତ ଦେବାକୁ ଅନୁରୋଧ I

Leave a Comment