ସୁଭାସିସ ଷଡ଼ଙ୍ଗୀ ଗିରଫ

ବହୁ ଚର୍ଚିତ ସମାଜସେବୀ ସୁଭାସିସ ଷଡ଼ଙ୍ଗୀ ଗିରଫ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାରେ ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ ଏବଂ ଜଣେ ଓ୍ବେବ ମିଡିଆ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ଯ ଙ୍କୁ ଅଟକ ରଖାଯିବା ସହିତ ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଛି I

ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରୀରେ ଆଳି ଅଞ୍ଚଳରେ ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇବା ପରେ ସୁଭାସିସ ସମ୍ପୃକ୍ତ ଗାଡି ଟିକୁ ଅଟକାଇ ଥାନା କୁ ଖବର ଦେଇଥିଲେ କିନ୍ତୁ ଶେଷରେ ଗାଡିଟି ଖସିଯାଇଥିଲା ଏବଂ ଏନେଇ ସୁଭାସିସ ଷଡ଼ଙ୍ଗୀ ଙ୍କର ଥାନା ରେ ବଚସା ହେଇଥିଲା ଏବଂ ଗୋ ଚାଲାଣକାରୀ ଙ୍କୁ ଗିରଫ ପାଇଁ ଥାନାରେ ଅଡ଼ି ବସିଥିବା ବେଳେ ସୁଭାସିସ ଏବଂ ତାଙ୍କ ସହଯୋଗୀ ଙ୍କୁ ଗିରଫ କରାଯାଇ ନିସ୍ତୁକ ମାଡ ମରାଯାଇଥିବା ସହିତ କୋର୍ଟ ପଠାଯାଇଛି ବୋଲି ସୁଭାସିସ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିବା ବେଳେ ଅନ୍ୟପକ୍ଷରେ ପ୍ରାପ୍ତ ସୂଚନା ଅନୁଯାୟୀ ପଦନପୁର ଗ୍ରାମ ର ସେକ କଲାମ ଙ୍କ ଅଭିଯୋଗ କୁ ଭିତିକରି ସୁଭାସିସ ଙ୍କୁ ଗିରଫ କରାଯାଇଛି , ସେକ କଲାମ ଅଭିଯୋଗ କରିଛନ୍ତି କି ସେ ବାଇକ ରେ ଆସୁଥିବା ବେଳେ ସୁଭାସିସ ଏବଂ ତାଙ୍କ ସହଯୋଗୀ ତାଙ୍କୁ ଅତର୍କିତ ଆକ୍ରମଣ କରି ଟଙ୍କା ପଇସା ଛଡାଇ ନେଇଛନ୍ତି I ଏପଟେ ସୁଭାସିସ ଙ୍କ ଗୋ ଚାଲାଣ ଗାଡି କୁ ଅଟକାଇ ବା ର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଏବଂ ବୁଦ୍ଧିଜୀବୀ ମହଲ ରେ ସୁଭାସିସ ଙ୍କୁ ମିଥ୍ୟା ମାମଲା ରେ ଗିରଫ କରାଯାଇଥିବା ନେଇ ଚର୍ଚା ହେବାସହିତ ଜୋରଦାର ଆନ୍ଦୋଳନ ମୁଣ୍ଡ ଟେକିଲାଣି I


ସୂଚନା ଥାଉ କି ଲୋକପ୍ରିୟ ସମାଜସେବୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ କୁ ନେଇ ଜୋରଦାର ସ୍ୱର ଉଠାଇ ନ୍ୟାୟ ମାଗୁଥିବା ସୁଭାସିସ ସରଙ୍ଗୀ ଚର୍ଚା କୁ ଆସିଥିଲେ I

Leave a Comment