ଜେଲରୁ ମୁକୁଳିବା ପରେ ଶାସକ ଦଳ ଉପରେ ବର୍ଷିଲେ ବିଜୟ ଦଳବେହେରା

ବିଜେପି ପକ୍ଷରୁ ନରସିଂହପୁର ବ୍ଲକରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାସକ ବିଜେଡ଼ି ଦଳ ଉପରେ ବିଜେପି ନେତା ବର୍ଷିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି କହିଥିଲେ। ସୂଚନା ମୁତାବକ ବିଜେପି କର୍ମୀଙ୍କୁ ବେଆଇନ ଗିରଫ ଦାରୀର ବିରୋଧ କରି ବିଜେପି ପକ୍ଷରୁ ସେପ୍ଟେମ୍ବର୨୨ତାରିଖରେ ନରସିଂହପୁର ଥାନା ଘେରାଉ କରାଯାଇଥିଲା ଏହି ସମୟରେ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ପୋଲିସ ପକ୍ଷରୁ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ବିଜୟ ଦଳ ବେହେରାଙ୍କ ସମେତ ବିଜେପି କର୍ମୀଙ୍କୁ ଗିରଫ କରିଯାଇଥିଲା । ବିଜେପିର ଅଭିଯୋଗ ଅନୁଯାୟୀ ବିଧାୟକଙ୍କ ହାତ ବାରିସୀ ସାଜି ପୋଲିସ ବିଜେପି କର୍ମୀଙ୍କୁ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଥିଲା ବିଜେପି । ଜାଣିଶୁଣି ବିଭିନ୍ନ ମିଥ୍ୟା କେସ୍ ରେ ଫସାଇ ପୋଲିସ ଉପରେ ଚାପ ପ୍ରୟୋଗ କରିଥିଲେ ସ୍ଥାନୀୟ ବିଧାୟକ । ଯାହା ଫଳରେ ଜେଲ୍ ରୁ ମୁକୁଳିବା ପାଇଁ ୫୩ଦିନ ବିଳମ୍ବ ହୋଇଥିଲା । ବୁଧବାର ବିଜୟ ଦଳ ବେହେରା ଜେଲ୍ ରୁ ବାହାରିବା ପରେ ବିଜେପି ଜିଲ୍ଲା ସଭାପତି ପ୍ରକାଶ କୁମାର ବେହେରା, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଅମର ସିଂ, ରାଜ୍ୟ ମିଡିଆ ସେଲ୍ ସଭାପତି ଦିଲ୍ଲୀପ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରାମ ନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ବିଭୁଦତ୍ତ ପଟ୍ଟନାୟକ, ବାଙ୍କୀ ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ, ଆଠଗଡ ବିଧାୟକ ପାର୍ଥି ବଜେନ୍ଦ୍ର ରାୟ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶଙ୍କର୍ଷଣ ମହାନ୍ତି,ଜିଲ୍ଲା କୋଷାଧ୍ୟକ୍ଷ ତଥା ବିଜେପି ବଡମ୍ବା-ନରସିଂହପୁର ପ୍ରଭାରୀ ବିଶ୍ୱ ରଞ୍ଜନ ଦାଶ, ଜିଲ୍ଲା ଓବିସି ସେଲ୍ ସଭାପତି ଚିନ୍ତାମଣି ମହାଳିକ, ରାଜ୍ୟ ପରିଷଦ ସଦସ୍ୟ ମନୋଜ କୁମାର ପଣ୍ଡା,ବିଜେପି ବ୍ଲକ ଯୁବ ମୋର୍ଚ୍ଚା ସଭାପତି ନିରୋଜ କୁମାର ବାରିକ, ମଣ୍ଡଳ ସଭାପତି ସରୋଜ ବାରିକ, ଆଲୋକ ଜେନା, ବେହେରା,ସରୋଜ ବେହେରା, ବିରଞ୍ଚି ନାରାୟଣ ସାହୁ,ପ୍ରତାପ ପିହାଁଣ ସଞ୍ଜୟ କୁମାର ଦଳ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବଡମ୍ବା ଗଡ଼ା ପୋଖରୀରୁ ବାହାରି ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ପର୍ୟ୍ୟନ୍ତ ବାଇକ ଶୋଭାଯାତ୍ରାରେ ଆସି ନରସିଂହପୁର ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟ ଠାରୁ ପଦଯାତ୍ରାରେ ବାହାରି ନରସିଂହପୁର ପରିକ୍ରମା କରି ଶାସକ ଦଳ ବିଧାୟକଙ୍କ ଉପରେ ପ୍ରବଳ ବର୍ଷିବା ସହ ରାଜ୍ୟରେ ଅନ୍ୟାୟ ଅନୀତି ଅତ୍ୟାଚାର ନାରୀ ନିର୍ୟ୍ୟାତନା, ବଳାତ୍କାର ବଢି ବଢି ଚାଲିଛି ପରି ଏବଂ ମମିତାଙ୍କ ପରିବାରକୁ ମିଳୁନି ନ୍ୟାୟ , ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା କହିବା ସହ ବିଜୟ ଦଳ ବେହେରା ଙ୍କ ବେଆଇନ ଗିରଫ କୁ ବିରୋଧ କରି ବିଜେପି କରିଥିବା ବନ୍ଦ ଡାକରାକୁ ନରସିଂହପୁର ବାସୀ ପୂର୍ଣ୍ଣ ସମର୍ଥନ କରିଥିବାରୁ ଜିଲ୍ଲା ସଭାପତି ଶ୍ରୀ ବେହେରା ନରସିଂହପୁର ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

Leave a Comment