ବାଲେଶ୍ୱର ବିଜେପି ଜିଲ୍ଲା ସଭାପତିଙ୍କ ଫଟୋ ଭାଇରାଲ ଘଟଣା ରେ ଥାନାରେ ଏତଲା ଦେଲେ ଉମାକାନ୍ତ

ଗତ କିଛିଦିନ ଧରି ଶୀତୁଆ ପାଗରେ ବାଲେଶ୍ୱର ପାଣିପାଗ ପୁରା ଉସ୍ମ ହେବାରେ ଲାଗିଛି I ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜଣେ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଥିଲା I ଯାହାକୁ ନେଇ ଜୋରଦାର ଚର୍ଚା ଚାଲିଛି I
ତେବେ ଫୋଟ ଭାଇରଲ ହେବାପରେ ଶେଷରେ ସ୍ପଷ୍ଟୀକରଣ ରଖିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର I ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି ଯେ ଏହା ଏକ ହୀନ ଷଡଯନ୍ତ୍ର ଏବଂ ଏଥିପାଇଁ ସେ ବିଜେଡି କୁ ଦାୟୀ କରିଛନ୍ତି I

ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଦୋଷୀ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ନିବେଦନ କରିଛନ୍ତି I ଘଟଣା କୁ ଶ୍ରୀଯୁକ୍ତ ମହାପାତ୍ର ନିନ୍ଦା କରିବା ସହିତ କହିଛନ୍ତି କି ସେ ଜାଣିବାକୁ ପାଇଲେ ସୋସିଆଲ ମିଡିଆ ଗ୍ରୁପ୍‌ରେ ତାଙ୍କ ସହିତ ଜଣେ ମହିଳା ଙ୍କ ଫୋଟୋ ଯୋଡି ଭାଇରଲ କରାଯାଉଛି I ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ , ଏହାଦ୍ୱାରା ତାଙ୍କର ମାନ ସନମାନ ହାନି ହେଉଛି I

Leave a Comment