ବିବାହ ପରେ ସ୍ତ୍ରୀଠାରୁ ଧୋକା ଖାଇବା ପରେ ଝିଅ ସହ କଲା ଏଭଳି କାମ, ଦେଖନ୍ତୁ କଣ କଲା କାମାନ୍ଧ ବାପା

ରାଉରକେଲା – ହୃଦୟ ବିଦାରକ ଦୃଶ୍ୟ ଲଜ୍ଜିତ କରିବା ଭଳି ଘଟଣା ଘଟିଲା ଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । ଏଭଳି ସଙ୍ଗୀନ ଅଭିଯୋଗ ଆଣି ରାଉରକେଲା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକା ଝିଅର ମାଆ । ରାଜଗାଙ୍ଗପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ବିବାହିତ ହୋଇଥିବା ସତ୍ତ୍ବେ ଧୋକା ଦେଇ ଅନ୍ୟ ଜଣେ ମହିଳାଙ୍କୁ ବାହା ହୋଇଥିଲେ । ଝିଅ ଜନ୍ମ ହେବା ପରେ ମହିଳା ତାଙ୍କ ସ୍ୱାମୀ ବିବାହିତ ବୋଲି ଜାଣିବାକୁ ପାଇଥିଲେ । ସେବେଠୁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଛାଡି ଉଦିତନଗର ଥାନା ଅଞ୍ଚଳରେ ରହୁଥିଲେ। କିଛିଦିନ ତଳେ ଘରେ ମହିଳା ଜଣଙ୍କ ନଥିବାବେଳେ ତାଙ୍କ ସ୍ୱାମୀ ଘରକୁ ଆସି ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ୱାମୀ ଫୋନରେ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ ସହ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା । ଏନେଇ ଥାନାରେ ଅଭିଯୋଗ ପରେ ଡ଼ିଏସପି ରାଙ୍କର ଜଣେ ମହିଳା ପୋଲିସ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଥାନା ଅଧିକାରୀ । ଏଭଳି ପିସାଚଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Comment