ସୁମିତ ଫେରାର ପଛର ଅସଲ ରହସ୍ୟ ହେଲା ପର୍ଦ୍ଦାଫାସ

ବ୍ରହ୍ମପୁର – ସାରା ଓଡିଶାରେ ଚର୍ଚ୍ଚିତ ସୁମିତ- ଡିମ୍ଫଲ ଘଟନାରେ ଆସିଛି ନୂଆ ମୋଡ । କେମିତି ଲୁଚି ପାଚେରୀ ଡେଇଁ ଫେରାର ପଛର ରହସ୍ୟ ଗଣମାଧ୍ୟମରେ ଆଗରେ ପ୍ରକାଶ କରିଛନ୍ତି ସ୍ୱେଚ୍ଛାସେବୀ ପ୍ରମିଳା । ଦିନକୁ ଦିନ ଡିମ୍ଫଲ-ସୁମିତଙ୍କ କେସ୍ ଜଟିଳ ହେବାରେ ଲାଗିଛି। ସ୍ୱାମୀ ସୁମିତଙ୍କୁ ପାଇବା ପାଇଁ ଶ୍ୱଶୁର ଘର ସାମ୍ନାରେ ସ୍ତ୍ରୀ ଡିମ୍ଫଲଙ୍କ ଧାରଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ଅନ୍ତରରେ ପୁଣି ଧାରଣା ସ୍ଥଳକୁ ଫେରିଛନ୍ତି ଡିମ୍ଫଲ। ଯାହାବି ହେଇଯାଉ ମୁଁ ମୋ ସ୍ୱାମୀଙ୍କୁ ପାଇବି ବୋଲି ଏକା ଜିଦ୍ରେ ଅଟଳ ତପସ୍ୱିନି। ସେପଟେ ଡିମ୍ଫଲଙ୍କୁ ସାହା ହେଇଛନ୍ତି ସମାଜସେବୀ ପ୍ରମିଳା। । ଅନ୍ୟପକ୍ଷରେ ସୁମିତ୍ ଦେହ ଅସୁସ୍ଥ କହି ଅଲଗା ଏକ ସ୍ଥାନରେ ରହିଥିବା ନେଇ ଭଏସ୍ ରେକର୍ଡ ରିଲିଜ୍ କରିଛନ୍ତି। କିନ୍ତୁ କାଲି ଧାରଣା ସ୍ଥଳରେ ଥିବା ସେଚ୍ଛାସେବୀ ପ୍ରମିଳା ମାଉସି କହିଛନ୍ତି ଯେ କାଲି ରାତି ଦୁଇଟା ବେଳକୁ କାନ୍ଥ ଡିଆଁଇକି ସୁମିତ୍କୁ ଗାୟବ କରିଦେଇଛନ୍ତି। ଏହା ଆମେ ନିଜ ଆଖିରେ ଦେଖିଛୁ। ଜଣେ ଏଜୁକେଟଡ ଆଉ ଗୋଟିଏ ଡାକ୍ତର ଘର ହୋଇ ଚୋର ଭଳି କାର‌୍ୟ୍ୟ ଏହା ଅତ୍ୟନ୍ତ ଲଜ୍ଜାଜନକ କଥା । କାଲି ପୁଅ ଘରେ ଥିବା ବେଳେ ତା ବାପା ହିଁ ଜାଣିଶୁଣି ତାକୁ ଫେରାର କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ପ୍ରମିଳା। ବଡ ଘର ବଡ ଗୁମର କଥା, ଏଭଳି ଲୋକଙ୍କୁ ଛି ଆଜ୍ଞା। ସୂଚନାମୁତାବକ, ଗତକାଲି ରାତିରେ ତପସ୍ୱିନୀ ଯେତେବେଳେ ସ୍ୱାମୀ ସୁମିତଙ୍କ ଦାଣ୍ଡରେ ଧାରଣା ଦେବା ଆରମ୍ଭ କରିଥିଲେ ସେତେବେଳେ ସୁମିତଙ୍କୁ ଗାଡି ରଖି ଘରେ ପଶିବା ଦେଖିଥିଲେ ଖୋଦ ତପସ୍ୱିନୀ। । ଏବେ ଏହି ଘଟଣାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି । ସୁମିତଙ୍କର ଜନୈକ ମନ୍ତ୍ରୀଙ୍କ ଝିଅ ସହ ବିବାହର ଆୟୋଜନ ଚାଲିଛି । ସେଥିପାଇଁ ଚାପରେ ପୋଲିଷ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ, ଯଦି ସାଧାରଣ ମହିଳାଟିଏ ଏଭଳି ଅଭିଯୋଗଟିଏ ଆଣିଥାନ୍ତା ପୋଲିଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇସାରିଥାନ୍ତା । ତେବେ ଦେଖିବାକୁ ବାକିରହିଲା କେବେ ଡିମ୍ଫଲଙ୍କୁ ନ୍ୟାୟ ମିଳୁଛି ।

Leave a Comment