୬ କୋଟି ଲୁଟିନେଲେ ସାଇବର ଠକ, ଏନି ଡେକ୍ସ ଡାଉନଲୋଡ୍ କରୁଥିଲେ ସାବଧାନ୍‌

ସାଇବର ଠକଙ୍କ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ସାଧାରଣ ଲୋକଙ୍କୁ ଚୁନ ଲଗାଇବା ପାଇଁ ବିଭିନ୍ନ ଉପାୟ ମାଧ୍ୟମରେ ସାଇବର ଆଟାକ କରୁଛନ୍ତି । ତେବେ ଚଳିତ ବର୍ଷ ଫେବୃଆରୀରୁ ଡିସେମ୍ବର, ଏହି୧୧ମାସ ମଧ୍ୟରେ ଲୁଟେରା ଠକିନେଲେ କୋଟିକୋଟି ଟଙ୍କା । ତେବେ ଆସନ୍ତୁ ନଜର ପକାଇବା କେଉଁଠାର ଏହି ସାଇବର ଠକ କେମିତି କରୁଛନ୍ତି ଲୁଟ୍ । ଫେବୃଆରୀ ୧ ରୁ ୧୮ଡିସେମ୍ବର ଭିତରେ ସାଇବର ଠକ ଲୁଟିଛନ୍ତି ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ କେସ ହୋଇଛି। କେବଳ ସେତିକି ନୁହେଁ, ବର୍ତ୍ତମାନ ପର‌୍ୟ୍ୟନ୍ତ ୧୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୃହ ବିଭାଗର ସାଇବର ସେଲକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୋଲିସ । ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ବୋଲି ଜଣାପଡିଛି। ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ । ଗୁଗୁଲ ମ୍ୟାପରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରୁଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ସକ୍ରିୟ ରହିଛି ଏହି ଗ୍ୟାଙ୍ଗ । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି ଅଧିକାଂଶ ଫ୍ରଡ଼ କଲ। ଏ ନି ଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ହେଉଛି ଅଧିକ ଠକେଇ । କୌଣସି ମେସେଜ ଆସିଲେ ଏହି ଆପ ଡାଉନଲୋଡ଼ ନ କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି। ତେଣୁ ସାବଧାନ ରହିବା ସହ ଠକଙ୍କ ଠାରୁ ପାଆନ୍ତୁ ମୁକ୍ତି ।

Leave a Comment