ଝିଅକୁ ମାରିଦେଲା ମା, ସୁନ୍ଦରଗଡରୁ ଆସିଲା ଏଭଳି ଦୁଃଖଦ ଘଟଣା

ସୁନ୍ଦରଗଡ – ମା’ ଶବ୍ଦଟିରେ ରହିଛି ଯେଉ ମମତା ଓ ଆତ୍ମିୟତାର ବାସ୍ନା ତାହା ଆଜି ଏହି କ୍ଷେତ୍ରରେ ସମ୍ପୁର୍ଣ୍ଣ ଭାବରେ ମିଥ୍ୟା ଭାବରେ ପ୍ରମାଣିତ ହୋଇଛି । ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ କଲାମେଘା ଏନଟିପିସି ପୁନର୍ବାସ ଓ ଥଇଥାନ କଲୋନୀରେ ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡରେ ଝିଅର ମୃତ । ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଖବର ଅନୁସାରେ, ନାବାଳିକା ଝିଅ ୩-୪ ଜଣ ପିଲାଙ୍କ ସହ କଥା ହେଉଥିଲା । ଯାହାକୁ ମାଆ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଅନେକ ସମୟରେ ମା-ଝିଅଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତ ୧୭ ତାରିଖରେ ଝିଅ ମୋବାଇଲରେ କଥା ହେଉଥିବା ବେଳେ ମାଆ ବିରୋଧ କରିଥିଲେ । ପ୍ରେମ ସମ୍ପର୍କକୁ ସନ୍ଦେହ କରି ମା ଏଭଳି ପଦକ୍ଷେପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମା ସବୁବେଳେ ପୁଅ-ଝିଅଙ୍କ ମଙ୍ଗଳକାମନା କରି ଶୁଭମନାଶି ଥାଏ କିନ୍ତୁ ଅତ୍ୟଧିକ ରାଗ ଆଜି ଏଭଳି ଦୁର୍ଘଟଣାର କାରଣ । ମା-ଝିଅ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ଏଥିରେ ମାଆ ଉତ୍ୟକ୍ତ ହୋଇ ଶିଳପୁଆରେ ଝିଅ ମୁହଁକୁ ମାରିଥିଲେ । ଏଥିରେ ଝିଅର ମୃତ୍ୟୁ ହୋଇଯିବା ପରେ ମୃତଦେହକୁ ଘରେ ପକାଇ ହେମଗିରି ଚାଲି ଯାଇଥିଲେ ମାଆ । ଗତକାଲି ପଡିଶା ମୃତ୍ୟୁ ଖବର ପୁଲିସକୁ ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚିବା ବେଳକୁ ମାଆ ସେଠାରେ ପହଂଚି ୟୁରିଆ ସାର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଝିଅକୁ ଶିଳପୁଆରେ ମାରିଥିବା କଥା ସେ ପୁଲିସ ପାଖରେ ସ୍ୱୀକାର କରିଛନ୍ତି । ପୂର୍ବରୁ ଝିଅଟିର ବାପାଙ୍କ ମୃତ୍ୟୁ ହୋଇ ସାରିଛି । ଏବେ ଘର ଖାଲି ପରିବାର ପାଲଟିଲା ସ୍ମସାନ, ଏଠି ଆମେ କହିରଖୁଛୁ ସବୁ ବାପା-ମାଙ୍କୁ ଅତ୍ୟଧିକ ରାଗ ସବୁ ଅନିଷ୍ଠର କାରଣ ଅନ୍ୟ ପକ୍ଷରେ ସବୁ ପୁଅ-ଝିଅ ବାପା-ମାଙ୍କ କଥା ମାନିବା ପାଇଁ ଆମର ଅନୁରୋଧ । ନହେଲେ କେତେବେଳେ ଯେ ଆପଣଙ୍କ ପରିବାରରେ ମଧ୍ୟ ଏଭଳି ଅଘଟଣ ନହେବ କିଏ କହିବ ।

Leave a Comment