ଡାଇବେଟିସରୁ ପାଆନ୍ତୁ ସଂମ୍ପୁର୍ଣ୍ଣ ମୁକ୍ତି, ପଢନ୍ତୁ କେମିତି ପାଇବେ ମୁକ୍ତି …

ମୁନୠଷି ମାନ କେଉଁ ଆବାହମାନ କାଳରୁ ଶିଷ୍ୟମାନଙ୍କୁ ସଂସ୍କୃତ ଶିକ୍ଷ୧ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ । କିନ୍ତୁ ବର୍ତ୍ତମାନର ସମୟରେ ଛାତ୍ରମାନେ ନିଜ ଇଛା ମୁତାବକ ଭାଷା ଚୟନ କରୁଛନ୍ତି । ସଂସ୍କୃତରେ କଥା ହୁଅନ୍ତୁ, ଡାଇବେଟି୍ସରୁ ମୁକ୍ତି ପାଆନ୍ତୁ । ଏହା କୌଣସି ଫିଲ୍ମ କି ବିଜ୍ଞାପନର ଡାଏଲଗ ନୁହେଁ । ଲୋକସଭାରେ ବିଜେପି ସାଂସଦ ଗଣେଶ ସିଂହଙ୍କର ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କିଛିମାସ ତଳେ ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକକୁ ନେଇ ଆଲୋଚନା ହେଉଥିବା ବେଳେ ମଧ୍ୟ ପ୍ରଦେଶର ସତନା ଲୋକସଭା ଆସନରୁ ଲଗାତାର ଚାରି ଥର ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଗଣେଶ ସିଂହ କହିଥିଲେ ଯେ, ସଂସ୍କୃତ କହିବା ଦ୍ୱାରା ମଧୁମେହ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଆମେରିକାରେ ଥିବା ଏକ ଶିକ୍ଷାନୁଷ୍ଠାନର ଗବେଷଣା ରିପୋର୍ଟ ଅନୁଯାୟୀ ସଂସ୍କୃତ କହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କହିଥିଲେ ସାଂସଦ ।
ସେ ଆହୁରି କହିଥିଲେ ଯେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଗବେଷଣା ଅନୁସାରେ ଯଦି କମ୍ପ୍ୟୁଟର ପ୍ରୋଗ୍ରାମିଂ ସଂସ୍କୃତ ଭାଷାରେ କରାଯିବ, ତେବେ ଏଥିରେ କୌଣସି ଅସୁବିଧା ହେବ ନାହିଁ । ବିଶ୍ୱର ୯୭ଟି ଭାଷା ଏବଂ କିଛି ଇସଲାମିକ ଭାଷା ବି ସଂସ୍କୃତରୁ ଉଦ୍ଧୃତ ବୋଲି ସାଂସଦ ଗଣେଶ ସିଂହ ଲୋକସଭାରେ କହିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ତାମିଲ ବା ଅନ୍ୟ କୌଣସି ଭାଷାର କିଛି କ୍ଷତି ହେବ ନାହିଁ । ସଂସ୍କୃତ ଭାଷା ହେଉଛି ବୈଦିକ ଭାଷା । ଏହି ଭାଷା ପଢିବା କହିବା ବେଳେ ଆପଣ ନିଜେ ନିଶ୍ଚୟ ଅନୁଭବ କରିପାରିବେ ଯେ ଏହା କେତେ ଦୁରୁ ଯୁକ୍ତିଯୁକ୍ତ ।

Leave a Comment