ଓଡ଼ିଶା ପୋଲିସ ଉପରେ ବର୍ଷିଲା କଂଗ୍ରେସ । ପୋଲିସ କିଭଳି କାଢୁଆ ସାରା ଓଙ୍ଗିଶା ଦେଖିବ ଓ ୫ଟି ସଚିବଙ୍କୁ ପିଅନ କହି ଖୁବ ବର୍ଷିଲେ ମନୋଜ । ବ୍ରହ୍ମଗିରି ବିଧାୟକଙ୍କ ଘନିଷ୍ଠ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ସଞ୍ଜୟ ଦାସବର୍ମାଙ୍କ ଗିରଫ ଦାବି କଲା କଂଗ୍ରେସ । ହାଇକୋର୍ଟର କାର୍ୟ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ଘଟଣାର ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି, ଚିତ୍ତରଞ୍ଜନ ପଲେଇଙ୍କ ବଡବାପା ବିଜେଡି କାର୍ୟ୍ୟାଳୟ ସମ୍ପାଦକଙ୍କ ବିରୋଧରେ ବ୍ରହ୍ମଗିରିରେ ମାମଲା ରୁଜୁ କରିଛନ୍ତି । ଯଦି ପୁଲିସର ସାହସ ଅଛି, ବିଜେଡି କାର୍ୟ୍ୟାଳୟକୁ ଯାଇ ବିଜେଡି କାର୍ୟ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ଗିରଫ କରୁ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଓଡ଼ିଶା ହାଇକୋର୍ଟର ଜଣେ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଏସଆଇଟି ତଦନ୍ତ ଦେଲେ, ସେମାନେ ଆଉ ସଚିବାଳୟ ଆସିବେନି, ଚୌଦ୍ୱାର ବା ଝାରପଡା ଜେଲରେ ରହିବେ । ଏବେ ରାଜ୍ୟରେ ଆଇପିଏସ ସମ୍ମିଳନୀ ଚାଲିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏଠାକୁ ବଲାଙ୍ଗୀର, ନୟାଗଡ଼, କଳାହାଣ୍ଡି, ପୁରୀ ସମେତ ବିଭିନ୍ନ ଜିଲ୍ଲାର ଏସପି ଆସିଛନ୍ତି । କିନ୍ତୁ ସେମାନେ ନିଜକୁ ପଚାରନ୍ତୁ, ସେମାନେ ନିଜ ଦାୟିତ୍ୱ ଠିକରେ ତୁଲାଉଛନ୍ତି ତ ? ଅନ୍ୟ ପକ୍ଷରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ପିଅନ କହି ସମାଲୋଚନା କରିବା ସହ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସହ ବିଭିନ୍ନ ନେତାଙ୍କ ସରକାରୀ ଭାସଭବନରେ ଅଣ୍ଡା ମାଡ କରିପାରେ କଂଗ୍ରେସ ।