ବାପ ମାଙ୍କୁ ହରାଇ ଅନାଥ ହେଲେ ଖୁସି ଓ ଋଷି …

ବାପା ମାଙ୍କୁ ହରାଇ ଦୁଇ ପୁଅ ଝିଅ ଏବେ ଅନାଥ, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ପଂଚାୟତର ମଲପୁର ଗ୍ରାମରେ । ବାପା ମାଙ୍କୁ ହରାଇ ଦୁଇ ପୁଅ ଝିଅ ଏବେ ଅନାଥ ହୋଇ ପିଇସୀ , ପିଇସାଙ୍କ ପାଖରେ ନେଇଛନ୍ତି ଆଶ୍ରୟ , ପିଇସା ମଧ୍ୟ ଦୀର୍ଘଦିନ ହେବ ଶଯ୍ୟାଶ୍ରାୟୀ , ବଡ଼ ଭାଇଙ୍କର ଘରେ ଆଶୟରେ ପିଇସା , ବଡ଼ ଭାଇଙ୍କର ମଧ୍ୟ ତାଗିଦା ସେ ଘର ଛାଡିବାକୁ । ଏହିଭଳି ଦାରିଦ୍ୟର କରୁଣ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ନିକଟସ୍ଥ କୁଳ ସାହି ଗ୍ରାମରେ । ପିତେଇପୁର ଗ୍ରାମପଂଚାୟତର ମଲପୁର ଗ୍ରାମର ସରୋଜ କୁମାର ମହାନ୍ତି ଓ ସ୍ୱପ୍ନା ମହାନ୍ତି ରହୁଥିଲେ କଟକ ଝାଞ୍ଜିର ମଙ୍ଗଳାରେ । ସରୋଜ ମେଡ଼ିସିନ କମ୍ପାନୀରେ କାମ କରୁଥିଲେ ,ପ୍ରଥମେ ସରୋଜଙ୍କ ପତ୍ନୀ ସ୍ୱପ୍ନାଙ୍କର ଏପ୍ରିଲ ମାସରେ ମୃତ୍ୟୁ ହୋଇଥିଲା ,ପରେ ସାନଭାଇର ରାସ୍ତା ଦୁର୍ଘଟଣାରେ ଗତ ଜୁନ ମାସରେ ମଧ୍ୟ ମୃତ୍ୟୁ ହୋଇଥିଲା ଓ ଗତ ନଭେମ୍ବର ମାସରେ ସରୋଜଙ୍କର ମୃତ୍ୟୁ ପରେ ଝିଅ ସ୍ଵଂଗସିଂଧା ମହାନ୍ତି (ଖୁସି) ଓ ପୁଅ ଅଂଶୁମାନ ମହାନ୍ତି(ଋଷି) ଦୁହେଁ ଅନାଥ ହୋଇଯାଇଥିଲେ । ଝିଅ ଖୁସି ସପ୍ତମରେ ପଢ଼ୁଥିବା ବେଳେ ପୁଅ ରିଷି ତୃତୀୟରେ ପଢୁଛି କଟକ ଝାଞ୍ଜିରମଙ୍ଗଳା ଶିଶୁବିଦ୍ୟାମନ୍ଦିରରେ । ଏବେ ସ୍କୁଲ ବନ୍ଦ ଥିବାରୁ ଦୁହେଁ ପିଇସାଙ୍କ ଘରେ ଆଶ୍ରିତ , ପିଇସା ସୁଶାନ୍ତ କୁମାର ମହାନ୍ତି ଅଳସୁଧା ପଂଚାୟତର କୂଳସାହି ଗ୍ରାମରେ । ନିଜେ ଅସୁସ୍ଥ ଥାଇ ମଧ୍ୟ ଦୁଇ ପୁଅ ଓ ଝିଅଙ୍କୁ ଆପଣେଇ ନେଇଛନ୍ତି, କିନ୍ତୁ ତାଙ୍କ ପକ୍ଷେ ପରିବାର ବୋଝ ଉଠାଇବା ସମ୍ଭବ ପର ହୋଇପାରୁନାହିଁ । ପାଞ୍ଚଶହ ଟଙ୍କା ଭତ୍ତାରେ ପରିବାର ଚଳୁଛି, ନିଜଘର ବାତ୍ୟାରେ ଭାଂଗି ଯାଇଥିବାରୁ ଭାଇଙ୍କ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି , ଦୁଇପିଲାଙ୍କ ପାଠପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ବାଧକ ସାଜିଛି ଅର୍ଥ ,ସହାୟତା କରିବାକୁ କେହି ନାହାନ୍ତି ,ଓଳିଏ ଖାଇଲେ ଓଳିଏ ନାହିଁ, ଭଗବାନଙ୍କୁ ଆଶ୍ରା ,ସରକାରଙ୍କୁ ସାହାଯ୍ୟ ପାଇଁ କରିଛନ୍ତି ଅନୁରୋଧ, କେହି ବଦାନ୍ୟ ବ୍ୟକ୍ତି ସଂସ୍ଥା ଯଦି ସହାୟତା କରିବେ ତେବେ ସେମାନେ ଟିକେ ବଂଚି ଯିବେ ବୋଲି ଆଶା ରଖିଛନ୍ତି ପରିବାର ।

Leave a Comment