ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାରତ ସମେତ ବିଭିନ୍ନ ଦେଶର ପ୍ରତିଯୋଗୀ ଅତି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ବିଶ୍ୱସୁନ୍ଦରୀ ହେବାପାଇଁ କଠିନ ପରଶ୍ରମ ରାମ୍ପରେ ଚାଲିବା ଅଭ୍ୟାସ ଜାରିରଖିଥିବା ବେଳେ ଆସିଲା ଖବର ବିଶ୍ୱର ସୁନ୍ଦରୀ ପ୍ରତିଯୋଗିତା ଏ ବର୍ଷ ସ୍ଥଗିତ । ଆସନ୍ତୁ ଜାଣିବା ଏହା ପଛର କାରଣ କଣ ? ସାରା ବିଶ୍ୱରେ କରୋନା ପୁଣି ଥରେ ନିଜ ପ୍ରକୋପ ଦେଖାଇବାରେ ଲାଗିଛି । ଏନେଇ ସଚେତନତା ସତ୍ୱେ ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କିଛି କିଛି ସ୍ଥାନରେ ଲକଡାଉନ୍ ହେବାରେ ଲାଗିଛି । ବର୍ତ୍ତମାନ ଏହାର ପ୍ରକୋପ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ମଧ୍ୟ ପଡିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ମଧ୍ୟ ମହାମାରୀ କରୋନାରେ ସଂକ୍ରମଣ ହୋଇଛନ୍ତି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍ ଆସିଛି । ସେଥିମଧ୍ୟରୁ ବଡ କଥା ହେଲା ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍ ଅଛନ୍ତି। ଯାହା ପରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ପୁଏର୍ତୋ ରିକୋରେ ହେବାକୁ ଥିଲା । ଏନେଇ ଆୟୋଜକମାନେ ଏହା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୧୭ପ୍ରତିଯୋଗୀ ଓ କର୍ମଚାରୀଙ୍କ ପାଇଁ ସାରା ବିଶ୍ୱରେ ଏବେ ସମସ୍ତ ସୁନ୍ଦରୀ ନିଜର ସୁନ୍ଦରତା ପ୍ରତିପାଦନ କରିବାରୁ ବଞ୍ଚିତ ହୋଇଛନ୍ତି । ତେବେ ଆଗକୁ ବିଳମ୍ବରେ ଏହା ଅୟୋଜନ କରିବାର ବି ସମ୍ଭାବନା କ୍ଷିଣ ହୋଇଯାଇଛି ଯେହେତୁ ଓମିକ୍ରନ ତାର କାୟା ବିସ୍ତାର କରିବା ଆରମ୍ଭ କଲାଣି ।