ସାରା ବିଶ୍ୱର ଆରଧ୍ୟ ପ୍ରତିଟି ହୃଦୟର ସ୍ପନ୍ଦନ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଦ୍ୱିତୀୟ ମନ୍ଦିର ତିଆରି କରିବା ପାଇଁ ମନ ବଳାଇଛନ୍ତି । ତେବେ କୋଉଠିଁ ତିଅରି ହେବ ଏହି ମନ୍ଦିର ଓ କେତେ ଟଙ୍କା ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ଦେଶର ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ପୁରୀ ଶ୍ରୀକ୍ଷେତ୍ର । କୋଟି ଓଡିଆଙ୍କ ସକାଳ ଓ ସନ୍ଧ୍ୟା ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ ହୋଇ ତାଙ୍କ ଠାରେ ଶେଷ ହୋଇଥାଏ । ପୁରୀକୁ ସବୁଦିନ ଯେତେ ଓଡିଆ ଆସିଥାନ୍ତି ସେତିକି ବଙ୍ଗାଳୀ ଲୋକ ମଧ୍ୟ ଆସୁଥିବା ଦେଖାଯାଏ । ପଶ୍ଚିମବଙ୍ଗର ଅଧିକାଂଶ ବଙ୍ଗାଳି ଲୋକ ପୁରୀକୁ ପସନ୍ଦ କରୁଥିବାରୁ ବୋଧହୁଏ ଦିଦି ଦୀଘାକୁ ଦ୍ୱିତୀୟ ପୁରୀ ବା ଦ୍ୱିତୀୟ ଶ୍ରୀକ୍ଷେତ୍ର କରିବାକୁ ଜିଦି ଧରିଛନ୍ତି । ପୁରୀରେ ଯେଉଁଭଳି ଜଗନ୍ନାଥ ମନ୍ଦିର ରହିଛି ଅବିକଳ ସେହିପରି ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ଦିଦି ଭାଷଣରେ କହିଛନ୍ତି ।
ଅବଶ୍ୟ ଏହି ଘଟଣାଟି ନୂଆ ନୁହେଁ । ୩ ବର୍ଷ ପୂର୍ବରୁ ଏ କଥା କହିଛନ୍ତି ମମତା ଦିଦି । କିନ୍ତୁ ବର୍ତ୍ତାମାନ ନିର୍ବାଚନ ପୂର୍ବରୁ ଏହି ଘୋଷଣା ପୁଣି ଥରେ କରିଛନ୍ତି ମମତା ବାନାର୍ଜୀ । ଯାହାକୁ ନେଇ ପୁଣିଥରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ନିକଟରେ ମମତା ବାନାର୍ଜୀ କହିଛନ୍ତି ମୁଁ ଏଥିପାଇଁ ଟଙ୍କା ମଞ୍ଜୁର କରିସାରିଛି । ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଦୀଘା ସମୁଦ୍ରକୂଳରେ ମଧ୍ୟ ଏକ ମନ୍ଦିର ନିର୍ମାଣ ହେବ । ପ୍ରତି ସମୁଦ୍ରକୂଳରେ ମନ୍ଦିର ନିର୍ମାଣ ହେବା ଉଚିତ୍ । ପୁରୀ ଭଳି ଦୀଘା ମଧ୍ୟ ଜଗନ୍ନାଥ ତୀର୍ଥ ନାଁ ରେ ଜଣାଯିବ ବୋଲି ସେ କହିଛନ୍ତି । ପୁରୀଠୁ କୌଣସି ଗୁଣରେ କମ୍ ନୁହେଁ ଦୀଘା ବିଚ୍ । ଏଠାରେ ଜଗନ୍ନାଥ ମନ୍ଦିରଟି ହେଲେ ଲୋକ ବେଶି ଆକୃଷ୍ଟ ହେବେ । ଦିଦିଙ୍କ ମୁଣ୍ଡରେ ଏମିତି କିଛି ଯୋଜନା ଚାଲିଛି । ଅନ୍ୟପଟେ ସୌଭାଗ୍ୟ ବଶତଃ ପୁରୁଣା ଦୀଘା ଏବଂ ନୂଆ ଦୀଘା ମଧ୍ୟରେ ଏକ ଜଗନ୍ନାଥ ମନ୍ଦିର ରହିଛି ।
ସେହି ଅଞ୍ଚଳକୁ ଜଗନ୍ନାଥ ଘାଟ ବୋଲି କୁହାଯାଏ । କିନ୍ତୁ ସେଠାରେ ଥିବା ମନ୍ଦିରଟି ଦେଖିବାକୁ ଅତ୍ୟନ୍ତ ଛୋଟ । ସେଠାରେ ଏକ କାଳୀ ମୂର୍ତ୍ତିର୍ ଓ ଲୋକନାଥଙ୍କ ମୂର୍ତ୍ତିର୍ ମଧ୍ୟ ରହିଛି । ଏଥିପାଇଁ ପଶ୍ଚିମବଙ୍ଗ ସରକାର ଏଠାରେ ପୁରୀ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ କରିବାକୁ ୩ ବର୍ଷ ପୂର୍ବରୁ ଯୋଜନା କରିଛନ୍ତି ।ଏଠି ଆମେ କହିପାରିବା ଦିଦି ଓଡିଶାକୁ ବୋଧେ ବେଶି ଭଲ ପାଆନ୍ତି ।
ସେଥିପାଇଁ ସେ ଓଡିଶାର ପ୍ରତିଟି ଜିନିଷ ଉପରେ ଦିଦିଙ୍କ ନଜର । କେତେବେଳେ ଓଡିଶାର ରସଗୋଲା ଉପରେ ତାଙ୍କର ନଜର ତ କେତେବେଳେ ଜଗନ୍ନାଥ ମନ୍ଦିର । ରସଗୋଲାକୁ ନେଇ ଦିଦି ଏପରି ବିବାଦ କଲେ ଯେ ତାଙ୍କ ରସଗୋଲାକୁ ଜିଆଇ ଟ୍ୟାଗ ମଧ୍ୟ ମିଳିଗଲା । ଏବେ ପୁଣି କହୁଛନ୍ତି ଜଗନ୍ନାଥ ମନ୍ଦିର ତିଆରି କରିବେ । ତେବେ ଏମିତି ନହେଉ ଯେ ପଶ୍ଚିମବଙ୍ଗକୁ ଆଗାମୀ ଦିନରେ ଜଗନ୍ନଥା ଧାମ ନାଁ ରେ ଜଣାଯିବ । ରସଗୋଲାକୁ ନକଲ କରି ସଫଳ ହେଲ, ନିଜେ ଏବେ ଶ୍ରୀମନ୍ଦିରକୁ ନକଲ କରିବାକୁ ବସିଲେଣି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଏଥର କେତେ ସଫଳ ହେଉଛନ୍ତି ପଶ୍ଚିବବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ।