ଦୀର୍ଘ ଦିନର ଆନ୍ଦୋଳନ ପରେ କୋର୍ଟର ରାୟ ଆସିଛି ଯାହାକୁ ଉଭୟ ଡିମ୍ଫଲ-ସୁମିତ୍ ଚିନ୍ତାରେ । ଉଭୟଙ୍କ ସମ୍ପର୍କରେ ଫାଟ ନହେଉ ଆମେ ଭଗବାନଙ୍କ ପାଖରେ ନିଶ୍ଚୟ ପ୍ରାଥନା କରିବୁ ହେଲେ ଏବେ ଯେଉଁ ରାୟ ଆପଣ ହୃଦୟକୁ ନିଶ୍ଚୟ ଜର୍କ୍ସରିତ କରିବା । ଏବେ ଅନିଶ୍ଚିତତା ଭିତରେ ଡିମ୍ପଲଙ୍କ ଭାଗ୍ୟ । ପୂର୍ବ ନିର୍ଦେଶକୁ କାୟମ ରଖିଛନ୍ତି ମାନ୍ୟବର ଏସଡ଼ିଜେଏମ । ସୁମିତ ତାପସ୍ୱିନୀଙ୍କୁ ଭଡା ଘର ବାହାର କରି ରଖିବେ ଏବଂ ତାଙ୍କର ସମସ୍ତ ଖାଇବା ପିଇବା ଖର୍ଚ୍ଚ ସହ ମେଡିସିନ ଖର୍ଚ୍ଚ ବହନ କରିବେ ।
କିନ୍ତୁ ପୂର୍ବରୁ ଏସଡ଼ିଜେଏମ ଦେଇଥିବା ନିର୍ଦେଶକୁ ସୁମିତ ମାନି ନଥିଲେ । ସୁମିତ ଭଡା ଘର ବାହାର କରିଲା ପର୍ଯ୍ୟନ୍ତ ତପସ୍ୱିନୀ କେଉଁଠି ରହିବେ ତାହା ସ୍ପଷ୍ଟ ନୁହେଁ । ସେପଟେ ସେହି ପୁରୁଣା ନିର୍ଦ୍ଦେଶକୁ ନେଇ ସୁମିତ ଜିଲ୍ଲାକୋର୍ଟକୁ ଯାଇଥିବା ବେଳେ ବର୍ତ୍ତମାନ ଏହି ନିର୍ଦ୍ଦେଶକୁ ପାଳନ କରିବୁ ନାହିଁ ବୋଲି କହିଛନ୍ତି ସୁମିତଙ୍କ ଓଳିଲ । ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ପରେ ଶହଶହ ମହିଳାଙ୍କ ଭିଡ଼ । ଡିମ୍ପଲଙ୍କ ସମର୍ଥନରେ ବାହାରିଛନ୍ତି ମହିଳା । ଖବର ଲେଖା ହେବା ବେଳକୁ ସ୍ଥାନିୟ ଲୋକେ ସୁମିତଙ୍କ ଗେଟ୍ ଭାଙ୍ଗି ଉଦ୍ୟତ ହେଉଥିଲେ । ତେବେ ଏନେଇ ତପସ୍ୱିନୀଙ୍କ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି, ଶଶୁର ଘର ଭିତରକୁ ଯିବେ ।
ଏହି ମହାସଂଗ୍ରାମରେ ସ୍ଥାନୀୟ ଶତାଧିକ ମହିଳା ପୁରୁଷ ଡିମ୍ଫଲ ସାଥ୍ ଦେବାକୁ ବାହାରିଛନ୍ତି । ତେବେ ଆଗକୁ ଏ ମହାସଂଗ୍ରାମରେ କିଭଳି ଯବନିକା ପଡୁଛି ତାହା ଦେଖିବାକୁ ବାକି ରହିଲା ।