ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରତି ଆସୁଛି ବିପଦ

ମୁମ୍ବାଇ – ବଲିଉଡ କଳାକାରଙ୍କ ପ୍ରତି ରହୁଛି ପ୍ରତି ମୁହୁର୍ତ୍ତରେ ବିପଦ । ବିଭିନ୍ନ ସ୍କାମରେ ପଡି ଅଧଡଜନେରୁ ଅଧିକ ଆଇନର ଫାସରେ ପଡି ଜେଲ ଯାଇସାରଲେଣି । ଖୁବଶୀଘ୍ର ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବନ୍ଧା ହୋଇପାରନ୍ତି । ପାନାମା ପେପର୍ ଲିକ୍ ମାମଲାରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇ.ଡି.) ବଲିଉଡ୍ ଅଭିନେତ୍ରୀ ଐଶ୍ବର‌୍ୟ୍ୟା ରାୟ ବଚ୍ଚନଙ୍କୁ ସମନ୍ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର‌୍ୟ୍ୟା ଇ.ଡି. କାର‌୍ୟ୍ୟାଳୟରେ ହାଜର ହେବେ। କିନ୍ତୁ, ଅନ୍ୟ ଏକ ରିପୋର୍ଟ ଅନୁସାରେ, ଜେରା ପାଇଁ ହାଜର ହେବାକୁ ଐଶ୍ବର‌୍ୟ୍ୟା ଆଉ ଏକ ତାରିଖ ପାଇଁ ଅନୁରୋଧ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ଉପରୋକ୍ତ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍୨୦୨୦’ରେ ଆର୍ଥିକ ଅପରାଧ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ପାନାମା ପେପର୍ ହେଉଛି ୨୦୧୬ ଏପ୍ରିଲ୍ରେ ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍ର ଗୁପ୍ତ ଦଲିଲପତ୍ର। ଏହା ଲିକ୍ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା। ଲିକ୍ ହୋଇଥିବା କିଛି ଦଲିଲପତ୍ରରେ ରହିଛି ୧୯୭୦ ଦଶକର ତଥ୍ୟାବଳୀ ଯାହାକ, ‘ପାନାମିଆନ୍ ଅଫ୍ସୋର୍ ଲ’ ଫାର୍ମ’ ଏବଂ କର୍ପୋରେଟ୍ ସେବା ଯୋଗାଣକାରୀ ‘ମୋଜାକ୍ ଫନ୍ସିକା’ ପ୍ରସ୍ତୁତ କରିଥିଲେ।ଏହି ଦଲିଲ୍ରେ ରହିଛି ବିଶ୍ବର ସାମ୍ପ୍ରତିକ ଏବଂ ପୂର୍ବତନ ନେତା, ସରକାରୀ ଅଧିକାରୀ, ରାଜନେତା, ସେଲିବ୍ରିଟି ଏବଂ କର୍ପୋରେଟ୍ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ଆର୍ଥିକ ସୂଚନା। ତବେ ଦେଖିବାକୁ ବାକି ରହିଲା ଆଇନର ଫାସରେ ଫସୁଛନ୍ତି ନା ନିର୍ଦ୍ଦୋଶରେ ଖଲାସ ହେବେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ।

Leave a Comment