ରାସନକାର୍ଡଧାରୀଙ୍କ ଆକାଉଣ୍ଟକୁ ଆସିବ ୩୫୦କୋଟି ଟଙ୍କା, କଣ କରିବାକୁ ପଡିବ ଆସନ୍ତୁ ଜାଣିବା

ଭୁବନେଶ୍ୱର : ସରକାରଙ୍କ ଏହି ଲୋଭନୀୟ ଅଫରର ସୁବିଧା କେବଳ ସ୍ୱାସ୍ଥ୍ୟବିମା କାର୍ଡ ଧାରୀଙ୍କ ପାଇଁ । ଆପଣ ଏହାର ଫାଇଦା ନେବା ପାଇଁ ଚାହୁଁଥିଲେ ନିଶ୍ଚୟ ପଢନ୍ତୁ ।
ପଞ୍ଚାୟତ ଭୋଟ ପୂର୍ବରୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ । ରାଜ୍ୟ ସରକାର କୋଭିଡ ସହାୟତା ପାଇଁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ହଜାରେ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୭ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପହଞ୍ଚାଇବାକୁ କୁହାଯାଇଛି । ତେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ରାଜ୍ୟ ଯୋଗାଣ ନିଗମକୁ ଲେଖିଥବା ଚିଠିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ କୋଭିଡ ସହାୟତା ଦେବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ କାର୍ଡ ପିଛା ହିତାଧିକାରୀ ପାଇବେ ଏକ ହଜାର ଟଙ୍କା । ୭ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପହଞ୍ଚାଇବାକୁ କୁହାଯାଇଛି । ଯେଉଁ ହିତାଧିକାରୀ ବିଜୁ ସ୍ମାର୍ଟ କାର୍ଡ ପାଇ ନାହାନ୍ତି ସେମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ରାସନ କାର୍ଡ ଦ୍ୱାରା ମଧ୍ୟ ଏହି ସହାୟତା ପାଇପାରିବେ । ଏହି ପୂରା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୫୦ କୋଟି ଟଙ୍କା । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏହାକୁ ମାଧ୍ୟମ କରାଯାଉଥିବା ଅଭିଯୋଗ ଉଠିଛି । ଯାହାକୁ ଖଣ୍ଡନ କରିଛି ବିଜେଡି । ତେବେ ନିର୍ବାଚନ ପୂର୍ବରୁ ମନଲୋଭା ଯୋଜନା କିଛି ନୂଆ କଥା ନୁହେଁ । ୨୦୦୯ ପୂର୍ବରୁ ୨ ଟଙ୍କିଆ ଚାଉଳ, ୨୦୧୪ ପୂର୍ବରୁ ଟଙ୍କିକିଆ ଚାଉଳ, ୨୦୧୯ ପୂର୍ବରୁ କାଳିଆ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଏହାର ଗୋଟିଏ ଗୋଟିଏ ଉଦାହରଣ । ହେଲେ ନିର୍ବାଚନ ସର୍ବସ୍ୱ ଆଭିମୁଖ୍ୟ ଓ ଏହାଦ୍ୱାରା ସାଧିତ ହେଉଥିବା ଲକ୍ଷ୍ୟର କେବେ ସମୀକ୍ଷା ହେଉଛି କି ନାହିଁ, ସେନେଇ ସରକାରୀ ଆଭିମୁଖ୍ୟ ସ୍ପଷ୍ଟ ନୁହେଁ । ୟୁପିରେ ନିର୍ବାଚନ ଆଗକୁ ଥିବା ବେଳେ ୟୁପିର ୧୬ ଲକ୍ଷ ମହିଳାଙ୍କୁ ଉପକୃତ ହେଲାଭଳି ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । ଆଉ ସେହି ସମାନ ସ୍ଥିତି ଓଡିଶାରେ । ୩୫୦ କୋଟିର ଫଣ୍ଡ, କରୋନା ସହାୟତା ନାଁରେ ଏକ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ ଏଥିରେ କୈାଣସି ଦ୍ୱିମତ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଘରର ପ୍ରତି ସଦସ୍ୟଙ୍କୁ ୧୦୦୦ ଟଙ୍କା ମିଳିବ ନା ପରିବାରକୁ? ଯଦି ସମସ୍ତ ହିତାଧିକାରୀ ଅର୍ଥାତ୍ ୩.୫ କୋଟି ଲୋକଙ୍କୁ ଦିଆଯିବ, ତେବେ ଆବଶ୍ୟକ ହେବ ୩୫୦୦ କୋଟି । ତେବେ କେଉଁ ଆଧାରରେ ୩୫୦ କୋଟି ରଖାଯାଇଛି? କେଉଁ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ଅର୍ଥ ଦିଆଯିବ? ସମସ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିବ, ନା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି, ଗ୍ରାମୀଣ ଭୋଟରଙ୍କୁ ବଣ୍ଟାଯିବ? ତେବେ ସମୟକୁ ଅପେକ୍ଷା ସରକାରଙ୍କ ଏହି ଲୋଭନୀୟ ଅଫର ପାଇଁ ସରକାରଙ୍କ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତଥିବେ ନେତାଙ୍କୁ ଜନତା ସମର୍ଥନ ଦେଉଛନ୍ତି ନା ଏଥର ପରିତ୍ୟାଗ କରୁଛନ୍ତି ।

Leave a Comment