ପ୍ରମିଳା ତ୍ରିପାଠୀ ଙ୍କ ନାମରେ ଥାନା ରେ ଏତଲା , ଏବେ କଣ ହେବ ?

ବହୁ ଚର୍ଚିତ ତପସ୍ୱିନୀ ସୁମିତ ଘଟଣାରେ ଗତକାଲି ସୁମିତ ଙ୍କ ବ୍ରହ୍ମାନଗର ଅଂଚଳରେ ଥିବା ବାସଭବନ ରେ ଗ୍ରାମବାସୀ ଧସେଇ ପଶିଥିବା ବେଳେ ତପସ୍ୱିନୀ ଘର ଭିତରକୁ ଏଣ୍ଟ୍ରି କରିଥିଲେ I ତେବେ ବହୁ ସଂଖ୍ୟାରେ ଲୋକ ଡାକ୍ତର ସୁମିତ ଙ୍କ ଘରକୁ ଧସେଇ ପଶିବା ସହିତ ଗ୍ରିଲ ଭାଙ୍ଗିବା ଘଟଣାରେ ସୁମିତ ଙ୍କ ବାପା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି I

ତପସ୍ୱିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ନାମରେ ସେ ଏତଲା ଦେଇଛନ୍ତି ,ଯାହାକୁ ନେଇ ଏବେ ବହୁ ଚର୍ଚା ଲାଗି ରହିଛି I ତେବେ କଣ ହେବ ଆଗାମୀ ପଦକ୍ଷେପ ? ସୂଚନା ଥାଉ କି ସୁମିତ ଙ୍କ ଘର ଆଗରେ 144 ଧାରା ଲାଗୁ ହେଇଛି I

Leave a Comment