ଧାନ କିଣାର କେଳେଙ୍କାରୀର ହେଲା ପର୍ଦ୍ଦାଫାସ

ସୁନ୍ଦରଗଡ଼/ଭୁବନେଶ୍ୱର – ସରକାରୀ କଳ କେବଳ ବାହାସ୍ପୋଟ ମାରିବା ଜାଣିଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେବଳ ଭାଷଣ ମାରିବାରେ ନଂ ୱାନ୍ । ତାଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଆଠଗଡ ଅଞ୍ଚଳରେ କୋଟିକୋଟି ଟଙ୍କାର ସ୍କାମ ହେଲେ ମନ୍ତ୍ରୀ ସାଜିଛନ୍ତି ମୁକ ବଧିର । ତେବେ ଏ ଖବର ପ୍ରକାଶ ପାଇବା ପରେ କଣ ପଦକ୍ଷେପ ନେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେଉଣୁ ଅବ୍ୟବସ୍ଥାର ଲମ୍ବା ଅଭିଯୋଗ ସବୁ ଆସିବାରେ ଲାଗିଛି । ବିଶେଷ କରି ପଞ୍ଜିକରଣ, ଟୋକନ ପାଇବାର ଜଟିଳ ପ୍ରକ୍ରିୟା, ବିଳମ୍ବିତ ମଣ୍ଡି ସହ ଜରି ବନାମ ସୂତା ବସ୍ତା ଓ କଟନିଛଟନି ଚାଷୀଙ୍କୁ ମୂଳରୁ ଅଭାବୀ ବିକ୍ରି ଭିତରକୁ ଠେଲି ଦେଇଛି । ଏହାର ଫାଇଦା ନେଉଛନ୍ତି ଦଲାଲ । ଚାଷୀମାନଙ୍କ ଠାରୁ ସରକାରୀ ମୂଲ୍ୟ ଠାରୁ ବହୁ କମ ଦରରେ ଧାନ କିଣି ମହଜୁଦ ରଖିଥିବା ବେଳେ ସେସବୁକୁ ଚାଷୀଙ୍କ ଟୋକନରେ ମଣ୍ଡିରେ ବିକିବାକୁ ଯୋଜନା କରିଛନ୍ତି । ଗତ ୨୦୧୯-୨୦ବର୍ଷ ଖରିଫ ଧାନ ସଂଗ୍ରହରେ ଦଲାଲମାନେ ମଣ୍ଡିରେ ପଶିବାକୁ ସୁଯୋଗ ପାଇଥିବାରୁ ଚଳିତ ବର୍ଷ ମଧ୍ୟ ଏଥିରେ ମାତିଥିବା କୁହାଯାଉଛି ।

ଏକ ଚାଞ୍ଚଲ୍ୟକର ଅଭିଯୋଗକ୍ରମେ, ୨୦୧୯-୨୦ ବର୍ଷରେ ୫ ହଜାରରୁ ଅଧିକ ଚାଷୀଙ୍କୁ ବାଦ୍ ଦିଆଯାଇ ଦଲାଲଙ୍କ ଧାନରେ ଯୋଗାଣ ବିଭାଗ ଓ ଲ୍ୟାମ୍ପସ କର୍ତ୍ତୃପକ୍ଷ ଟାର୍ଗେଟ ପୂରଣ କରିଛନ୍ତି । ଏପରିକି ଦଲାଲଙ୍କ ପାଇଁ ଟୋକନ ପାଇଥିବା ପଞ୍ଜିକୃତ ଚାଷୀଙ୍କୁ ଟାର୍ଗେଟ ସରିଗଲା କହି ମଣ୍ଡିରୁ ଫେରାଇ ଦିଆଯାଇଛି । ବିଗତ ୨୦୧୯-୨୦ ବର୍ଷରେ ଜିଲ୍ଲାକୁ ୧୯.୯୧ ଲକ୍ଷ କିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଦିଆଯାଇଥିବା ବେଳେ ୧୮.୪୯ ଲକ୍ଷ କିଣ୍ଟାଲ କିଣା ଯାଇଥିଲା । ଲକ୍ଷ୍ୟ ପୂରଣକୁ ମାତ୍ର ୧୪ ହଜାର କିଣ୍ଟାଲ ବାକି ଥିଲା । କିନ୍ତୁ ସେ ସମୟରେ ଜିଲ୍ଲାର ୫୬୪୧ ଚାଷୀ (ଟୋକନଧାରୀ)ଙ୍କ ୬ ଲକ୍ଷ ୬୪ ହଜାର ୯୫୩ କିଣ୍ଟାଲ ଧାନ ମଣ୍ଡିରେ ସେମିତି ପଡ଼ି ଫେରି ଯାଇଥିଲା । ଏସ୍ଥିତିରେ ଦଲାଲଙ୍କ ଧାନ ହିଁ ମଣ୍ଡିରେ କିଣି ଟାର୍ଗେଟ ପୂରଣ କରାଯାଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । କରୋନା ସଂକ୍ରମଣ ରୋକିବାକୁ ୨୦୨୦ ମାର୍ଚ୍ଚ ୨୨ରେ ଜନତାକର୍ଫ୍ୟୁ ଓ ୨୫ରେ ସମଗ୍ର ଦେଶକୁ ତାଲା ବନ୍ଦ ଘୋଷଣା କରି ଦେଇଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସମୟରେ ଜିଲ୍ଲାରେ ୨୦୧୯-୨୦ ଖରିଫ ଧାନ ସଂଗ୍ରହ ଚାଲିଥିଲା । ମାର୍ଚ୍ଚ ୩୧ ଯାଏ ଧାନ କ୍ରୟ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାଲା ବନ୍ଦ ପାଇଁ ୯ ଦିନ ଆଗରୁ ମଣ୍ଡି ବନ୍ଦ ହୋଇଗଲା । ଫଳରେ ହାତରେ ଟୋକନ ଥାଇ ମଧ୍ୟ ଜିଲ୍ଲାର ୫୬୪୧ ଟୋକନଧାରୀ ଚାଷୀଙ୍କ ୬ ଲକ୍ଷ ୬୪ ହଜାର ୯୫୩ କିଣ୍ଟାଲ ଧାନ ବିକ୍ରି ହୋଇପାରି ନଥିଲା । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସମେତ ଚାଷୀନେତାମାନେ ଟୋକନଧାରୀ ଚାଷୀଙ୍କ ଧାନ କିଣି ନେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏପରିକି ଏ ନେଇ ପ୍ରଶାସନର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଚାଷୀଙ୍କ ଧାନ କିଣାଯାଇ ନଥିଲା । ଯୋଗାଣ ବିଭାଗ ତଥ୍ୟନୁସାରେ, ବାଲିଶଙ୍କରା ଲ୍ୟାମ୍ପସରେ ୨୦,୪୩୪.୧୨ କିଣ୍ଟାଲ ଧାନ ବିକ୍ରି ହୋଇ ନଥିବା ବେଳେ ବଡ଼ଗାଁ ଲ୍ୟାମ୍ପସରେ ୮୪୨୪.୨୮ କିଣ୍ଟାଲ, ଭେଡ଼ାବାହାଲ ଲ୍ୟାମ୍ପସରେ ୯୮୪୧.୩ କିଣ୍ଟାଲ, ବିମଳାଗଡ଼ ଲ୍ୟାମ୍ପସରେ ୫୪୫୭.୫୩ କିଣ୍ଟାଲ, ବିରବିରା ଲ୍ୟାମ୍ପସରେ ୪୨୨୯୮.୦୪ କିଣ୍ଟାଲ, ବିରଙ୍ଗା୍େଟାଲି ଲ୍ୟାମ୍ପସରେ ୩୯୧୦.୯୨ କିଣ୍ଟାଲ, ବିଶ୍ରା ଲ୍ୟାମ୍ପସରେ ୧୭୫୨୬.୯୧ କିଣ୍ଟାଲ ଧାନ ପଡ଼ି ରହିଥିଲା । ସେହିପରି ବଣାଇଁ ଲ୍ୟାମ୍ପସରେ ୧୯୬୨୭.୦୪ କିଣ୍ଟାଲ, ଗୋପାଳପୁର ଲ୍ୟାମ୍ପସରେ ୧୫୯୯୬.୮, କିଣ୍ଟାଲ, ଗୁରୁଣ୍ଡିଆରେ ୧୮୦୧୬.୦୧ କିଣ୍ଟାଲ, ହାତୀବାରିରେ ୨୬୫୬୬.୪୭ କିଣ୍ଟାଲ, ହେମଗିରରେ ୮୨୭୬.୧ କିଣ୍ଟାଲ, ଜାମୁଡିହିରେ ୬୯୪୬.୩୩ କିଣ୍ଟାଲ, ଜରଡାରେ ୮୭୯୬.୬୩ କିଣ୍ଟାଲ, କଲୁଙ୍ଗାରେ ୧୦୩୪୦.୭୬ କିଣ୍ଟାଲ, କରମଡିହିରେ ୮୦୮୫.୧୫ କିଣ୍ଟାଲ, ଖୁଣ୍ଟ ଗାଁରେ ୧୮୬୨୯.୩୧ କିଣ୍ଟାଲ, କିଞ୍ଜିରକେଲରେ ୧୦୪୫୬.୧୬ କିଣ୍ଟାଲ ରହିଥିଲା । କିରଲଗା ଲ୍ୟାମ୍ପସରେ ୭୯୫୦.୩୯ କିଣ୍ଟାଲ, କୋଇଡ଼ାରେ ୧୫୮୨.୮୪ କିଣ୍ଟାଲ, କୁଆରମୁଣ୍ଡାରେ ୨୯୯୩୩.୮୪ କିଣ୍ଟାଲ, କୁତ୍ରାରେ ୪୦୩୫.୯୬ କିଣ୍ଟାଲ, ଲହୁଣିପଡ଼ାରେ ୫୩୧୨.୫୫ କିଣ୍ଟାଲ, ଲାଇଙ୍ଗରେ ୬୯୧୭.୫୪ କିଣ୍ଟାଲ ଲାଠିକଟାରେ ୧୬୫୬୨.୬୫ କିଣ୍ଟାଲ, ଲେଫ୍ରିପଡ଼ାରେ ୩୨୩୬୨.୭ କିଣ୍ଟାଲ, ଲୁହାବାହାଲରେ ୧୮୨୦୫.୯୨ କିଣ୍ଟାଲ, ମହୁଲପଦାରେ ବାକି ୮୫୨୭.୯୪ କିଣ୍ଟାଲ, ମହୁଲପାଲିରେ ୧୫୪୪୬.୨ କିଣ୍ଟାଲ, ମଝାପଡ଼ାରେ ୧୯୧୭୫.୨୨ କିଣ୍ଟାଲ, ମଙ୍ଗସପୁରରେ ୬୭୪୪.୮୪ କିଣ୍ଟାଲ, ନୂଆଗାଁରେ ୧୯୬୬୭.୯୫ କିଣ୍ଟାଲ, ପଞ୍ଚରାରେ ୩୦୨୨୧.୮୩ କିଣ୍ଟାଲ, ରାଏବଗାରେ ୧୧୮୬୦.୫୨ କିଣ୍ଟାଲ, ରାଜଗାଙ୍ଗପୁରରେ ୧୪୧୮୬.୫ କିଣ୍ଟାଲ, ରାଜପୁରରେ ୩୫୫୮.୦୧ କିଣ୍ଟାଲ, ରୁଗୁଡ଼ାରେ ୧୧୨୫୩.୯ କିଣ୍ଟାଲ, ସାହାଜବାହାଲରେ ୨୪୪୦୫.୨୬ କ୍ୱିଣ୍ଟାଲ, ଶଙ୍କରପୋଷରେ ୭୦୫୮.୬୩ କିଣ୍ଟାଲ, ସର୍ଗିପାଲିରେ ୧୬୧୮୭.୯୭ କିଣ୍ଟାଲ, ସରସରାରେ ୧୯୩୦୯.୯୫ କ୍ୱିଣ୍ଟାଲ, ସୋଲରେ ୭୭୨୬.୬୫ କିଣ୍ଟାଲ, ସବଡେଗାରେ ୧୨୫୦୬.୫୬ କିଣ୍ଟାଲ, ଉଜ୍ୱଳପୁରରେ ୩୫୩୦୪.୫୫ କିଣ୍ଟାଲ ଓ ଆର୍ସିଏମ୍‌ଏସ୍ରେ ୧୭୪୧୬.୧୭ କିଣ୍ଟାଲ ବିକ୍ରି କରିବାକୁ ଚାଷୀଙ୍କୁ ଟୋକନ ଦିଆଯାଇଥିଲେ ମଧ୍ୟ ବିକ୍ରି ହୋଇ ପାରି ନଥିଲା । ଗତ ୨୦୨୦-୨୧ ବର୍ଷରେ ଟାର୍ଗେଟ ୨୩.୫୨ ଲକ୍ଷ କିଣ୍ଟାଲରୁ ମଣ୍ଡିରେ ୨୨.୮୪ ଲକ୍ଷ କିଣ୍ଟାଲ କିଣାଯାଇଛି । ଲକ୍ଷ୍ୟ ପୂରଣକୁ ମାତ୍ର ୬୮ ହଜାର କିଣ୍ଟାଲ ବାକି ରହିଥିଲା । କିନ୍ତୁ ସେ ସମୟରେ ମଧ୍ୟ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ରହିଛି । ଏହାର ନିରପେକ୍ଷ ତଦନ୍ତ କରାଗଲେ ଜିଲ୍ଲାର ଧାନ କିଣା କେଳେଙ୍କାରୀ ପଦାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି । ତେବେ ଦେଖିବାକୁ ବାକିରହିଲା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପଦକ୍ଷେପ ନେଉଛନ୍ତି । ଅନ୍ୟ ପକ୍ଷରେ ସାଧାରଣରେ ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆସିଛି । ତେଣୁ କିଛି ଲାଭ ମିଳିବାର ସମ୍ଭାବନା ନାହିଁ ।

Leave a Comment