ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ଏଭଳି ଆଶ୍ଚର୍ଯ୍ୟ କଲାଭଳି ନିୟମ

ଭୁବନେଶ୍ୱର – ଆଗକୁ ନିର୍ବାଚନକୁ ଗାଁଠୁ ସହର ସମସ୍ତ ନେତାଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ ସାଧାରଣ ଲୋକେ ଫାଇଦା ହାସଲ ପାଇଁ ଗୋଡ ଟେକି ବସିଲେଣି । ଆସନ୍ତା ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଯେକୈାଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ସଂକେତ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେଲେ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।

ତେଣୁ ଏନେଇ ପଞ୍ଚାୟତିରାଜ ବିଭାଗ ସମେତ ସମସ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ବିଡିଓମାନଙ୍କୁ ଆଦର୍ଶ ଆଚରଣ ବିଧି ମାର୍ଗଦର୍ଶିକା ପଠାଯାଇଛି । ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଏହି କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ମାର୍ଗଦର୍ଶିକା ଅନୁଯାୟୀ, କୈାଣସି ରାଜନୈାତିକ ଦଳ କିମ୍ବା ପ୍ରାର୍ଥୀ ମୈାଖିକ ବା ଲିଖିତ ଭାବେ ଏପରି କୈାଣସି ଭାଷା ବ୍ୟବହାର କରିବେ ନାହିଁ କିମ୍ବା କାର୍ଯ୍ୟ କରିବେ ନାହିଁ ଯାହା ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟ ମଧ୍ୟରେ ଧର୍ମ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ଜାତି କିମ୍ବା ଗୋଷ୍ଠୀ ଭତ୍ତିିରେ ଅସୂୟାଭାବ, ଶତ୍ରୁତା ବା ଘୃଣାଭାବ ସୃଷ୍ଟି କରିବ । ରାଜନୈତିକ ଦଳ କି ପ୍ରାର୍ଥୀ ପ୍ରକାଶ୍ୟ ବା ଗୁପ୍ତ ଭାବରେ କୈାଣସି ହିଂସାତ୍ମକ କାର୍ଯ୍ୟ କରିବେନି କି ଉତ୍ସାହିତ କରିବେନି । କୈାଣସି ଧାର୍ମିକ ସ୍ଥାନ, ସରକାରୀ ଭବନ, କାର୍ଯ୍ୟାଳୟ ବା ଶିକ୍ଷାନୁଷ୍ଠାନ ପରିସରରେ ନିର୍ବାଚନ ପ୍ରଚାର/ସଭା/କର୍ମୀ ସମ୍ମିଳନୀ କରିବେନି, ଆଶାୟୀ ପ୍ରାର୍ଥୀଙ୍କୁ କୈାଣସି ପ୍ରକାରର ବାଧା କି ଭୟ ପ୍ରଦାନ କରାଯିବନି ଯାହାକି ତାଙ୍କୁ ପ୍ରାର୍ôଥପତ୍ର ଦାଖଲ କରିବାରେ ଅନ୍ତରାୟ ସୃଷ୍ଟି କରିବ, ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ, ନିର୍ବାଚନ ଆଇନ ଅନୁଯାୟୀ ଦୁର୍ନୀତି ଏବଂ ଅପରାଧ ବିବେଚିତ ସମସ୍ତ କାର୍ଯ୍ୟରୁ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିବୃତ୍ତ ରହିବେ । ସେହିପରି କୈାଣସି ଦଳ କି ପ୍ରାର୍ଥୀ ଭୋଟର ବା ଭୋଟର ଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇବେନି, କୈାଣସି ି ରାଜନୈତିକ ଦଳର ସଭାସମିତି ଚାଲିଥିବାବେଳେ ବିରୋଧୀ ରାଜନୈତିକ ଦଳ ବା ସେମାନଙ୍କ ସମର୍ଥକ ବିଶୃଙ୍ଖଳା ବା ବାଧା ସୃଷ୍ଟି କରିବେ ନାହିଁ, ସର୍ବସାଧାରଣ ସ୍ଥାନରେ ନିର୍ବାଚନ ସଭା କରିବା ଓ ଶୋଭାଯାତ୍ରା ନେବା ନିମନ୍ତେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଆଗୁଆ ଅନୁମତି ଆଣିବେ । ଯେଉଁ ଅଞ୍ଚଳରେ କୈାଣସି ପ୍ରକାରର ନିଷେଧାଜ୍ଞା ବଳବତ୍ତର ଥିବ ତାହା କଡ଼ାକଡ଼ି ପାଳନ ହେବ । କୈାଣସି ସ୍ଥାନରେ ସଭା ସମିତି କରିବା ପାଇଁ ପ୍ରଥମେ ଯେଉଁ ଦଳ ବା ପ୍ରାର୍ଥୀ ଆବେଦନ କରିବେ ତାଙ୍କୁ ଆଗ ଅନୁମତି ଦିଆଯିବ, କୈାଣସି ସାଧାରଣ ସଭା ବା ଶୋଭାଯାତ୍ରା ଆୟୋଜନ କରିବାବେଳେ ସ୍ଥାନୀୟ ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଆଗତୁରା ଜଣାଇବେ । ସେମାନଙ୍କର ନିର୍ଦ୍ଦେଶ , ଆଦେଶ ଓ ବାରଣ ମାନିବା ଆବଶ୍ୟକ । ଅନ୍ୟ ଦଳର ନେତା ଓ ପ୍ରାର୍ଥୀଙ୍କର ଚରିତ୍ରସଂହାର କରିବେନି, ସର୍ବସାଧାରଣରେ ରାଜନୈତିକ ଦଳ ନେତାମାନଙ୍କର କୁଶପୁତ୍ତଳିକା ଦାହ କରିବା, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କର ବ୍ୟକ୍ତିଗତ ଜୀବନ ଏବଂ ଅପ୍ରମାଣିତ ଅଭିଯୋଗ ଭିତ୍ତିରେ କୈାଣସି ରାଜନୈତିକ ଦଳକୁ ସମାଲୋଚକା କରିବାରୁ ସମସ୍ତେ ବିରତ ରହିବେ । କୈାଣସି ନାଗରିକଙ୍କ ବାସସ୍ଥାନ କିମ୍ବା ସରକାରୀ ଅଫିସ ଆଗରେ କୈାଣସି ପ୍ରକାରର ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ କରାଯାଇପାରିବ ନାହିଁ । ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଆଗୁଆ ଅନୁମତି ଆଣିବେ ଏବଂ ରାତି ୮ଟାରୁ ସକାଳ ୭ଟା ମଧ୍ୟରେ ଏହାକୁ ବ୍ୟବହାର କରିପାରିବେ ନାହିଁ । ଭୋଟ୍ ଗ୍ରହଣର ୩୬ଘଣ୍ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ବନ୍ଦ ହେବ । ସରକାରୀ ଅଫିସ୍ ଏବଂ ଶିକ୍ଷା ଓ ଧାର୍ମିକ ଅନୁଷ୍ଠାନର କାନ୍ଥବାଡ଼ ଓ ସର୍ବସାଧାରଣ ରାସ୍ତା ଆଦିରେ ବିଜ୍ଞାପନ, ପ୍ରଚାରପତ୍ର, ପ୍ରଚାର ପତାକା ଲଗାଇବା ବା ପ୍ରଚାର ଘୋଷ ଲେଖିବା ନିଷେଧ । ଘରୋଇ କାନ୍ଥବାଡ଼ ବା ଖାଲି ସ୍ଥାନରେ ଘର/ଜମି ମାଲିକଙ୍କ ଲିଖିତ ଅନୁମତି ନେଇ ପ୍ରଚାରପତ୍ର ଲଗାଇପାରିବେ ବା ଲେଖିପାରିବେ । ନିର୍ବାଚନ ପ୍ରଚାରରେ ବ୍ୟବହାର ହେବାକୁ ଥିବା ସମସ୍ତ ପ୍ରଚାରପତ୍ରରେ ମୁଦ୍ରାକର ଓ ପ୍ରକାଶକଙ୍କର ନାମ ଲିପିବଦ୍ଧ ହେବ । ଭୋଟ୍ ଗ୍ରହଣ ଆରମ୍ଭ ପାଇଁ ଧାର୍ଯ୍ୟ ସମୟର ୩୬ଘଣ୍ଟା ପୂର୍ବରୁ କୈାଣସି ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରେ ରାଜନୈତିକ ଦଳ ବା ପ୍ରାର୍ଥୀମାନେ ସଭା କରିବେନି କି ଯୋଗଦେଇପାରିବେନି । ନିର୍ଦଳୀୟ ଭିତ୍ତିରେ ଯେଉଁ ପଦବିଗୁଡ଼ିକ ପାଇଁ ନିର୍ବାଚନ ହେଉଛି ସେହି ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ କୈାଣସି ରାଜନୈତିକ ଦଳର ନାମ କିମ୍ବା ଚିହ୍ନ ବ୍ୟବହାର କରି ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

ଏହାବାଦ୍ ରାଜ୍ୟ ନିର୍ବାଚନ କମିସନ ସ୍ୱାଧୀନ ପ୍ରାର୍ଥୀ, ନିର୍ଦଳୀୟ ଭିତ୍ତିରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ପଦବି ଏବଂ ଚିହ୍ନ ପାଇନଥିବା ରାଜନୈତିକ ଦଳ ପାଇଁ ସମ୍ଭାବ୍ୟ ନିର୍ବାଚନୀ ଚିହ୍ନ ଘୋଷଣା କରିଛନ୍ତି । ଦଳ ବା ପ୍ରାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରି ଚିହ୍ନ ନେଇପାରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ ଏଥର ୬,୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ଖୁବଶୀଘ୍ର ହେବ ନିର୍ବଚନ ତାରିଖା ଘୋଷଣା । ଆମେ ଏଠି କହିରଖୁଛୁ ଆପଣ ଆଗାମୀ ପାଞ୍ଚବର୍ଷ ପାଇଁ ସଠିକ ନେତା ଚୟନ କରନ୍ତୁ, ଯିଏ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବ । ମଦ ମାଂସର ଲୋଭରେ ନିଜର ବହୁ ମୂଲ୍ୟ ଭୋଟ ଅଯୋଗ୍ୟର ହାତରେ ଟେକିଦିଅନ୍ତୁ ନାହିଁ ।

Leave a Comment