ଲୋକଙ୍କ ନିଦ ହଜାଇଲାଣୀ ଓମିକ୍ରନ …

ପୁଣି ଭୟଙ୍କର ହେବାକୁ ଯ।ଉଛି କୋଭିଡର ତୃତୀୟ ଲହର । ସମସ୍ତଙ୍କୁ ଘାରିଲାଣୀ ଓମିକ୍ରନ ଚିନ୍ତା । ବେଳହୁଁ ସାବଧାନ ନହେଲେ ପରିସ୍ଥିତି ଅଣାୟତ ହେବ । ଏ ପରିସ୍ଥିତିରେ ରାଜଧାନୀକୁ ପୁଣି ଫେରିଲା କନ୍ଟେନମେଣ୍ଟ ଜୋନ୍ । ଗତକାଲି ବମିଖାଲ ଏବଂ ଭିଏସଏସ ନଗରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ବୁଧବାର କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ସମ୍ପୃକ୍ତ ଆପାର୍ଟମେଣ୍ଟର ଫ୍ଲାଟରୁ ୮ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତରଫରୁ ଏଭଳି ତତ୍କାଳ ନିଷ୍ପତ୍ତି ନିଆଯାଇଛି । ବିଏମସି ତରଫରୁ କୁହାଯାଇଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏହି କଣ୍ଟେନମେଣ୍ଟ ଜୋନକୁ ଲୋକଙ୍କ ପ୍ରବେଶ ମଧ୍ୟ ବାରଣ କରାଯାଇଛି । ତା ସହିତ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ଘରେ ରହିବାକୁ ବିଏମସି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି କଣ୍ଟେନମେନଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । ଏହି ସମୟରେ ସମସ୍ତ ମେଡିକାଲ ସହାୟତା ଓ ନିତ୍ୟବ୍ୟବହାର୍ଯ୍ୟ ସେବା ଘରପାଖରେ ପହଞ୍ଚାଇବାର ସୁବିଧା କରାଯାଇଛି । ଏଭଳି ବିଦେଶରୁ ଅନେକ ଲୋକ ଏବେ ଓଡିଶା ଫେରିବା ପରେ ବିଭିନ୍ନ ଜାଗାରେ ଲୁଚିଛନ୍ତି । ସେମାନଙ୍କ ଠାରେ ଓମିକ୍ରନ ଭ୍ୟାରିଆଣ୍ଟ ରହିଥାଏ ଆଗକୁ ସ୍ଥିତି ଭୟଙ୍କର ହେବ । ଆପଣଙ୍କ ନଜରରେ ଏଭଳି ଲୋକଙ୍କ ବିଷୟରେ ସୁଚନା ପାଇଲେ ତୁରନ୍ତ ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ଜଣାନ୍ତୁ ।

Leave a Comment