ସାପକୁ ମୁଣ୍ଡରେ ଧରି ପହଞ୍ଚିଲା ମହିଳା, ତା ପରେ ଏମିତି ହେଲା ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମସ୍ତେ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ପ୍ରକାର ଫଣ୍ଡା ଆପଣାଉଛନ୍ତି । ଏହି ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । କିଛି ଲୋକ ଫ୍ୟାସନ୍ ନାମରେ ଏପରି କାମ କରିଥାଆନ୍ତି, ଯାହା ଦେଖିବାକୁ ଅଦ୍ଭୁତ ଲାଗିଥାଏ । ସାଧ।।ରଣତଃ କିଛି ଏଭଳି ଫ୍ୟାସନ ନିଜ ମୃତ୍ୟୁକୁକୁ ନିମନ୍ତ୍ରଣ କରିସାରିଛନ୍ତି । କିଏ ଫ୍ୟାସନ ନିଶାରେ ପୂରା ଶରୀରରେ ଟାଟୁ ଆଙ୍କିଲାଣି ତ କିଏ ନିଜର ନାକ, କାନ କାଟି ପକାଇଲାଣି । ଏହାରି ଭିତରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।


ଭାଇରାଲ ଭିଡିଓରେ ଯୁବତୀ ଏକ ସପିଂ ମଲକୁ ଯାଉଥିବାର ନଜର ଆସିଛନ୍ତି । ତେବେ ଉକ୍ତ ଯୁବତୀ ମୁଣ୍ଡରେ ଏକ ଖୋପା କରିଛନ୍ତି । ଏହି ଖୋପାକୁ ସେ ରବର କି ଫୁଲରେ ସଜାଇ ନାହାନ୍ତି ବରଂ ଏକ ସାପ ଗୁଡ଼ାଇ ରଖିଛନ୍ତି । ଯୁବତୀଙ୍କ କେଶରେ ସାପ ଦେଖି ତାଙ୍କ ପାଖଆଖରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଯୁବତୀ ଜଣକ ଅତି ସ୍ୱାଭାବିକ ଭାବେ ସପିଂ ମଲରେ ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ସାପଟି ମଧ୍ୟ ଯୁବତୀଙ୍କ କେଶରେ ସେଭଳି ସ୍ଥିର ଭାବେ ଗୁଡ଼ାଇ ହୋଇ ରହିଥିଲା । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସ୍ନେକ ୱାର୍ଲଡ ନାମକ ଏକ ଆକାଉରେ ସେୟାର କରାଯାଇଛି । ଭିଡିଓ ସହିତ ଥିବା କ୍ୟାପସନରେ ଲେଖା ହୋଇଛି, ‘ତୁମେ କ’ଣ ଭାବୁଛ?’ ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।
ଆମେ ଏଠି ଗୋଟିଏ କଥା କହୁବୁ ଆପଣ ଏଭଳି ଫ୍ୟାସନ କରିବାରୁ ଦୁରେଇ ରୁହନ୍ତୁ । ଫ୍ୟାସନ କରିବା ସମୟରେ ନିଜର ଶରୀର ପ୍ରତି ପ୍ରଥମେ ଧ୍ୟନ ଦିଅନ୍ତୁ ।

Leave a Comment