ଅନୁଗୁଳ:୨୩.୧୨.୨୧,/ ପୁଣି ଆଉ ଜଣଙ୍କୁ ଆହତ କରିଛି ହାତୀ, ଆଜି ଅନୁଗୁଳ ଜିଲ୍ଲା ନାଲକୋ ନିକଟବର୍ତ୍ତୀ ଗାଡରଖାଇ ନିକଟରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଜଣେ ଯୁବକ ହାତୀ ଆକ୍ରମଣ ରେ ଆହତ ହେଇଛନ୍ତି I ସୂଚନା ଅନୁଯାୟୀ ଯୁବକ ଙ୍କ ନାମ ଚନ୍ଦ୍ରଭାନୁ ରଥ , ଘର ବେନ୍ତପୁର ,ସେ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଇଛନ୍ତି I ଆହତ ଚନ୍ଦ୍ରଭାନୁ ଅନୁଗୁଳ ଡାକ୍ତରଖାନା ରେ ଚିକିତ୍ସା ହେଉଛନ୍ତି I ଏପଟେ ଦିନକୁ ଦିନ ହାତୀ ପାଇଁ ଗ୍ରାମବାସୀ ଭୟଭୀତ ଅବସ୍ଥା ରେ ଥିବାବେଳେ ପ୍ରସାଶନ ହାତ ବାନ୍ଧି କେବଳ ନାମକୁ ମାତ୍ର ନିରବଦ୍ରଷ୍ଟା ସାଜିଛି I ସୂଚନା ଥାଉ କି ଆଜ କୁ ପ୍ରାୟ ପନ୍ଦର ଦିନ ଧରି ବନରପାଲ ଅନ୍ତର୍ଗତ ପାଞ୍ଚ ଟି ପଞ୍ଚାୟତ ରେ ହାତୀ ଙ୍କ ଉପଦ୍ରଵ ଜାରି ରହିଛି I ଏହା ପୂର୍ବରୁ ମଧ୍ୟ ଦୁଇ ଜଣ ହାତୀ ଆକ୍ରମଣ ରେ ମୃତ୍ୟୁବରଣ କରିସାରିଲେଣି I ହାତୀ ଆକ୍ରମଣ ରେ ଗ୍ରାମବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ ଏପଟେ ହାତୀ ପାଇଁ ସନ୍ଧ୍ୟା ହେଲେ କଟା ଯାଉଛି ବିଦ୍ୟୁତ I ଏନେଇ ବିଦ୍ୟୁତ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସୂତ୍ର ଅନୁଯାୟୀ ହାତୀ ଙ୍କ ଗତିବିଧି ଅସ୍ଥିର ଥିବାରୁ ,ଗତିବିଧି ଉପରେ ନଜର ରଖାଯାଇ ବିଦ୍ୟୁତ ବିଛିର୍ଣ୍ଣ କରାଯାଉଛି I କିଟିମିଟିଆ ଅନ୍ଧାର କୁ ହାତୀ ଭୟ ଭିତରେ ସନ୍ତୁଳି ହେଲେଣି ଗ୍ରାମବାସୀ I ଗ୍ରାମବାସୀ ଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହେଇଥିବା ବେଳେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ ଅଫିସ ଘେରାଓ କରିବାକୁ ସଜବାଜ ହେଲେଣି ପଞ୍ଚାୟତ ବାସି I
