ଘରୁ ଡାକିନେଇ ନିର୍ମମ ଭାବେ ମହିଳାଙ୍କୁ ହତ୍ୟା …

ଜଗତସିଂହପୁର – ଟଙ୍କା ମାଗି ନିରାଶ ହେବାରୁ ବୃଦ୍ଧା ମହିଳାଙ୍କୁ ହତ୍ୟା । ହତ୍ୟା ପରେ ଘରଭିତରେ ମହିଳାଙ୍କ ମୃତଦେହ ଅଖା ଭିତରେ ରଖି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଏରସମା ପୋଲିସ ଗିରଫ କରିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ କୁଞ୍ଜକୋଠୀ ଗ୍ରାମରେ, ଗ୍ରାମର ମୃତ ବୃଦ୍ଧା ମହିଳା ତୁଳସୀ ମଣ୍ଡଳ ।ଗତକାଲି ମଧ୍ୟାହ୍ନରେ କୁଞ୍ଜକୋଠୀ ଗ୍ରାମର ସଂଜୟ ଦାସ, ନିଜଘରକୁ ତୁଳସୀକୁ ଡାକି ଆଣିଥିଲେ ।ତୁଳସୀ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ରାତିସାରା ଖୋଜା ଖୋଜି କରି ତାଙ୍କୁ ପାଇ ନଥିଲେ । ତେବେ ଅଭିଯୁକ୍ତ ସଂଜୟ ଦାସ ଘରକୁ ବିଳମ୍ବିତ ରାତିରେ ଯାଇ ଦେଖିବାରୁ ତାର ଘର ଆଗରେ ତାଲା ଝୁଲୁଥିବା ସହ ତୁଳସୀଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ଏକ ଅଖା ଭିତରେ ପଶି ଅଧା ବାହାରକୁ ଦିଶୁ ଥିବାର ଝରକା ପଟେ ଦେଖିବା ପରେ ସନ୍ଦେହ କରି ପରିବାର ଲୋକେ ଏରସମା ପୋଲିସକୁ ଖବର ଦେଇଥିଲେ । ସଂଜୟ ଦାସ, ପାଚେରା ଗ୍ରାମର ବିମ୍ବାଧର ସ୍ୱାଇଁ ଓ କନାଗୁଳି ଗ୍ରାମର ଅନ୍ୟଜଣେ ବ୍ୟକ୍ତି ମିଶି ତୁଳସୀ ମଣ୍ଡଳକୁ ହତ୍ୟା କରିଥିବା,ଏରସମା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ମହିଳାଙ୍କୁ ଶାବଳ କୁରାଢୀ ମାରଣାସ୍ତ୍ରରେ ହତ୍ୟାକରି ଘରେ ଏକ ଚୋକଡ ଅଖା ଭିତରେ ମୃତଦେହ ରଖି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ । ପୋଲିସ ଆଜି ସକାଳୁ ଅଭିଯୁକ୍ତ ସଞ୍ଜୟ ଦାସ,ତାର ସ୍ତ୍ରୀ ପ୍ରତିମାକୁ ଗିରଫ କରିବା ସହିତ ସଞ୍ଜୟର ପୁଅ ଗୁନା, ସଞ୍ଜୟର ଦୁଇଭାଇ ଅଜୟ ଦାସ,ବିଜୟ ଦାସ,ପାଚେରାର ବିମ୍ବାଧର ସ୍ୱାଇଁ, ଆମ୍ବିକିର ନାରାୟଣ କାଣ୍ଡି ସମେତ ପାଞ୍ଚ ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି,ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ଘଟି ଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ଶବ ଜବତ କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ଅଡିଓ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି

Leave a Comment