ଭୁବନେଶ୍ୱର – ଏକଥା ଆମେ କହୁନୁ ନିର୍ବାଚନୀ ଯୋଜନାକୁ ନେଇ ବର୍ଷିଛନ୍ତି ବିରୋଧି । ନିର୍ବାଚନ ମୁଡରେ ରାଜ୍ୟ ସରକାର । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । କରୋନା ସହାୟତା ପାଇଁ ଆର୍ôଥକ ସହାୟତା, ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ବି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍ ସହାୟତା ପାଇଁ ଘୋଷଣା କରିଥିବା ସରକାର ଆଜି ୧ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି । ଏଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ, ଏଥିପାଇଁ ଖର୍ଚ୍ଚ ହେବ ୯୬୦ କୋଟି ଟଙ୍କା । ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲି ଦେଇଛନ୍ତି ସରକାର । ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ôଥକ ସହାୟତା ଦେଇଥିବା ବେଳେ ବୁଧବାର ଦିନ କୋଭିଡ୍ ସହାୟତା ପାଇଁ ୧ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୯୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହ ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ନଜର ପକାନ୍ତୁ କିଏ ପାଇବେ କୋଭିଡ୍ ସହାୟତା?
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିଲେ ମିଳିବ ସହାୟତା । ସ୍ୱାସ୍ଥ୍ୟ କାର୍ଡ ପାଇନଥିଲେ, ରାସନ୍ କାର୍ଡ ଥିବା ହିତାଧିକାରୀଙ୍କୁ ମିଳିବ ଟଙ୍କା । ସେହିପରି ମିଶନ ଶକ୍ତି ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଫେଡେରେସନର ନିର୍ବାହୀ କମିଟି ସଦସ୍ୟାମାନଙ୍କୁ ମିଳିବ ମିଟିଂ ଓ ଗସ୍ତ ଭତ୍ତା ।
ମିଶନ ଶକ୍ତି ପାଇଁ ଘୋଷଣା
ମିଟିଂ ଓ ଗସ୍ତ ଭତ୍ତା ବାବଦରେ ଖର୍ଚ୍ଚ ହେବ ୨୧୭ କୋଟି,୧.୩୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ରିହାତି ଟଙ୍କାର ହେବ ଇ-ଟ୍ରାନ୍ସଫ, ସୁଧ ରିହାତି ବାବଦକୁ ୬୫ କୋଟି, ଲୋକର୍ପଣ ହେଲା ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ, ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଭିତିପ୍ରସ୍ତର ସ୍ଥାପନ
ଏବେ ଆପଣ ଚିନ୍ତା କରନ୍ତୁତ ଏ ଯୋଜନା ଗୁଡିକ କାହିଁକି କରାଗଲା । ଅଉ କେଇଟା ଦିନ ପରେ ହେବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଠିକ ଏହି ସମୟରେ ସରକାର ନିଜର ଭଣ୍ଡାର ଖୋଲି ଦେଇ କଣ ସାବ୍ୟସ୍ତ କରିବାକୁ ବିଚାର ଆପଣଙ୍କର ।
