ଓମିକ୍ରନ କେସ୍ ଦେଶରେ ବଢିବାକୁ ଲାଗିଛି । ଓଡିିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛି ଅଢ୍ଚଳରେ ବିଦେଶ ଫେରନ୍ତା ଲୁଚି ରହିଥିବାରୁ ଆଶଙ୍କା ବଢିବାରେ ଲାଗିଛି । ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଶରେ ୩୦୦ ପାଖାପାଖି ପହଞ୍ଚି ସାରିବା ପରେ ଆଗକୁ ମଧ୍ୟ ଏହି ସଂଖ୍ୟା ବଢିବା ଆଶଙ୍କା ରହିଛି ।
ତେଲେଙ୍ଗାନାରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ ଛୁଇଁଛି । ଏହା ମଧ୍ୟ ତେଲେଙ୍ଗାନାର ଏକ ଗାଁରେ ଓମିକ୍ରନ ଭୟ ଏତେ ବଢିଛି ଯେ ସେଠାରେ ଲକଡାଉନ ଲଗାଇ ଦିଆଯାଇଛି । ଏହି ଲକଡାଉନ ପାଇଁ ସରକାର କୌଣସି ଘୋଷଣା କରିନାହାଁନ୍ତି ବରଂ ଗ୍ରାମ ପଞ୍ଚାୟତ ଏହି ନିଷ୍ପତ୍ତି ନେଇ ସ୍ୱତଃପ୍ରବୃତ୍ତ ଭାବେ ଲକଡାଉନ ଘୋଷଣା କରିଛି । ସୂଚନା ଅନୁସାରେ ନିକଟରେ ଗୁଡେମ୍ ଗାଁରେ ଜଣେ ବ୍ୟକ୍ତି ବିଦେଶରୁ ଫେରିଛନ୍ତି । ତାଙ୍କ ରିପୋର୍ଟ କରୋନା ସଂକ୍ରମିତ ଜଣାପଡିଥିଲା । ଏହା ପରେ ବ୍ୟକ୍ତି ଜଣକ ଓମିକ୍ରନ ଭେରିଏଣ୍ଟରେ ସଂକ୍ରମିତ ଥିବା ଜଣାପଡିଛି । ତେଣୁ ଅଧିକାରୀମାନେ ଗାଁରେ ପହଞ୍ଚି ୬୪ ଜଣଙ୍କ ନମୁନା ସଂଗ୍ରହ କରିଛନ୍ତି । ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କ ମା କରୋନାରେ ସଂକ୍ରମିତ ଥିବା ଜଣାପଡିଛି କିନ୍ତୁ ଏହା ଓମିକ୍ରନ ଭେରିଏଣ୍ଟ କି ନାହିଁ ଜଣାପଡିନି । ଯେହେତୁ ଓମିକ୍ରନ ଅନ୍ୟ ଭେରିଏଣ୍ଟ ତୁଳନାରେ ଅଧିକ ସଂକ୍ରାମକ ତେଣୁ ଗ୍ରାମ ପଞ୍ଚାୟତ ୧୦ ଦିନ ଲକଡାଉନ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । ଏବେ ୧୦ ଦିନ ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ରହିବେ । ଦୋକାନ ବଜାର ଆଦି ବନ୍ଦ ରହିବ । କହିରଖୁଛୁ ତେଲେଙ୍ଗାନାରେ ଓମିକ୍ରନ ମାମଲା ତୀବ୍ର ଗତିରେ ବଢୁଛି । ପ୍ରଥମ ଲକଡାଉନ୍ କଲା ସତର୍କ ଓ ସାବଧାନ ନରହିଲେ ସ୍ଥିତି ଗମ୍ଭିର ହେବାର ସମ୍ଭାବନାକୁ ଏଡାଇ ଦିଆଜାଇନପାରେ ।