ଗୋମାତାଙ୍କ ଚୋରାଚାଲାଣକାରୀଙ୍କ ସୁରକ୍ଷାଦାତା ପୋଲିସ ପ୍ରତି ହାଇକୋର୍ଟଙ୍କ ଛାଟ

ଭଦ୍ରକ – ଗୋ’ମାତା ଯାହାକୁ ଆମେ ପୂଜାକରୁ ତାଙ୍କ ପ୍ରତି ଅନ୍ୟାୟକୁ ବିରୋଧ କରିବା କଣ ପାପ କି ? ତେବେ ଭଦ୍ରକରେ କାହିଁକି ଘଟିଲା ଏଭଳି ଅଭାବନୀୟ ଘଟଣା । ଏ ଘଟଣାରେ ଶୁଭାଶିଷ ଷଡ଼ଙ୍ଗୀ, ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟ ଗିରଫ ମାମଲାରେ ଆଳି ଥାନା ଆଇଆଇସି ଓ ଏସଆଇ ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାମାଜିକ କର୍ମୀ ଗୋରୁ ବୋଝେଇ ଗାଡ଼ି ଅଟକାଇବାରୁ ପୋଲିସ ନିର୍ଯାତନା ଦେଇଥିଲା । ଥାନାକୁ ଯାଇ ଅଭିଯୋଗ କରିବାରୁ ନିର୍ଯାତନାର ଶିକାର ହୋଇଥିଲେ ଶୁଭାଶିଷ । ଗତ ୨୮.୧୧.୨୦୨୧ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ପାଖରେ ଏକ ଗୋରୁ ଚୋରା ଚାଲାଣର ଖବର ପାଇ ଶୁଭାଶିଷ ଷଡ଼ଙ୍ଗୀ ଗାଡ଼ିଟିକୁ ଅଟକାଇଥିଲେ । ତାଙ୍କୁ ଜଣେ ସାମ୍ବାଦିକ, ସ୍ଥାନୀୟ ଲୋକ ଓ ଜଣେ ହୋମଗାର୍ଡ ସହଯୋଗ କରିଥିଲେ । ସେ ବାରମ୍ବାର ଥାନାକୁ ଫୋନ୍ କରିଥିଲେ ମଧ୍ୟ ଥାନାରୁ କିଛି ସହଯୋଗ ମିଳି ନଥିଲା । ପରେ ଥାନାରେ ତାଙ୍କୁ ରାତିରେ ଅଟକାଇ ନିଯ୍ୟାତନା ଦିଆଯାଇଥିଲା ଏପରିକି ରାତିରେ ମଲଖାନାରୁ ମଦ ବାହାର କରି ତାଙ୍କୁ ଡରାଇ ଧମକାଇ ପିଆ ଯାଇଥିଲା ତାଙ୍କ ଦେହ ଅସୁସ୍ଥ ହୋଇ ଯିବାରୁ ରାତି ପ୍ରୟ ୧.୩୦ ରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ତାଙ୍କୁ ମାମଲା ପ୍ରସ୍ତୁତ କରି ଜେଲକୁ ପଠାଯାଇଥିଲା । ଏ ଘଟଣାରେ ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିବା ସହ ଥାନା ୨କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନିଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦେଇଛନ୍ତି । ଗୋମାତାଙ୍କ ଚୋରାଚାଲାଣ କାରୀଙ୍କୁ ସୁରକ୍ଷା ଦେଊଥିବା ପୋଲସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବିହେଉଛି ।

Leave a Comment