ବିଜୁ ସ୍ୱାସ୍ଥ୍ୟ କାର୍ଡର ଖୋଲିଲା ଗୁମର, ସେବା ବଦଳରେ ସାଜିଛି ରାଜନୈତକ ଅସ୍ତ୍ର

କଟକ – ହସ୍ପିଟାଲରେ କାମରେ ଆସୁନି କାର୍ଡ । ପୁଣି ପଦାରେ ପଡିଲା ବିଜୁ ସ୍ମାର୍ଟ କାର୍ଡ ସତ । ମେଡିକାଲରେ ମିଳୁନି ମାଗଣା ଚିକିତ୍ସା ସୁବିଧା । ନିର୍ବାଚନୀ ପ୍ରଚାର ପାଇଁ ସର୍ବସ୍ୱ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସେବା କମ୍ ରାଜନୈତିକ ଅସ୍ତ୍ର କରି କେମିତି ନିର୍ବାଚନ ବୈତରଣୀ ପାର ସେଥିପାଇଁ ରଚାଯାଉଛି ଭିନ୍ନଭିନ୍ନ ଷଡଯନ୍ତ୍ର । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲାଗିଛି । ଏସବୁ କେବଳ ପ୍ରଚାର ପାଇଁ । ବାସ୍ତବତାତ ବହୁତ କିଛି କହୁଛି ।

କଟକର ଘରୋଇ ହସ୍ପିଟାଲରେ କାମ ଦେଲାନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । କଟକ କଲେଜ ଛକ ସ୍ଥିତ ଆଡ ହସ୍ପିଟାଲରେ ଘଟିଛି ଏହି ଘଟଣା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଝରମୁହା ଗ୍ରାମର ୫୨ ବର୍ଷିୟ ଅନନ୍ତ ଚରଣ ସୁତାରଙ୍କ ସଡ଼କ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ଲାଗିବା ସହ କାନ୍ଧ ହାଡ଼ ଭାଙ୍ଗି ଯାଇଛି । ତାଙ୍କୁ ଏହି ହସ୍ପିଟାଲର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାର ଲୋକ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦେଇଥିବା ବେଳେ ଏହା କାମ ଦେଉନାହିଁ ବୋଲି କହିଛନ୍ତି ହସ୍ପିଟାଲ କର୍ମଚାରୀ । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସେହିପରି କଳାହାଣ୍ଡି ଜିଲ୍ଲାର ଟଙ୍କଧର ହଂସ ନିଜର ପେଟ ଯନ୍ତ୍ରଣା ହେବାରୁ ପ୍ରଥମେ ବରଗଡ ସ୍ଥିତ ବିକାଶ ମଲ୍ଟି ସ୍ପେସିଆଲ ହଷ୍ପିଟାଲକୁ ଚିକିତ୍ସାପାଇଁ ଯାଇଥିଲେ । ଆଉ ଏହି ମେଡିକାଲ ମଧ୍ୟ ସରକାରଙ୍କ ବିଜୁସ୍ୱାସ୍ଥ କଲ୍ୟାଣ ଲିଷ୍ଟରେ ଅନ୍ତର୍ଭୁକ୍ତ । ହେଲେ ଏହି କାର୍ଡ ଦେଖାଇବାରୁ ରୋଗୀକୁ ମନା କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ସ୍ଥିତି ଏମିତି ହେଲା ଯେ ନିଜର ଜମିବାଡି ବିକ୍ରି କରି ବିଷମକଟକ ଖ୍ରିଷ୍ଟିୟାନ ମେଡିକାଲରେ ଚିକିତ୍ସିତ ହେବାକୁ ପଡିଲା । ରାୟଗଡା ଜିଲ୍ଲା ବିଷମକଟକରେ ମଧ୍ୟ ସମାନସ୍ଥିତି । ବିଷମକଟକ ସାହାଡା ଗ୍ରାମର ଏହି ଲୋକଙ୍କୁ ମଧ୍ୟ ମିଳିଥିଲା କାର୍ଡ । ନିଜ ସ୍ତ୍ରୀର ଚିକିତ୍ସାପାଇଁ କଟକ ବଡ ମେଡିକାଲକୁ ଯାଇଥିଲେ ହେଲେ ସରକାରଙ୍କ ଏହିକାର୍ଡ କାମ ଦେଲାନାହିଁ । ଧାରକରଜ କରି ସ୍ତ୍ରୀର ଚିକିତ୍ସା କରିଛନ୍ତି । ପ୍ରଚାର ବନାମ ବାସ୍ତବତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକଙ୍କ ପାଖରେ କାର୍ଡ ଅଛି ସତ । କିନ୍ତୁ ଏହି କାର୍ଡ ସେମାନଙ୍କୁ ବାରମ୍ବାର ନିରାଶ ହିଁ କରୁଛି । ଏଭଳି ଲୋକହିତକର ଯୋଜନା ପ୍ରସ୍ତୁତ କରିବା ଏହାର ପ୍ରଚାରପ୍ରସାରରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ଏହା କେବଳ ରାଜ୍ୟରାଜକୋଷକୁ ଲୁଟ କରିବାର ଯେଉଁ ହୀନ ପ୍ରୟାସ ଚାଲିଛି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।

Leave a Comment