ଖଦୀର ମେଗା ସୋରୁମକୁ ଉଦଘାଟନ କଲେ ମନ୍ତ୍ରୀ

ଆଠଗଡ – ଖଣ୍ଡୁଆ ପାଟ ପାଇଁ ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ନୂଆପାଟଣା ଠାରେ ଉଦଘାଟନ ହୋଇଯାଇଛି ଖଦିର ନୁଆ ସୋରୁମ୍ । କଟକ ଜିଲ୍ଲାର ଏହି ଗାଁକୁ ପ୍ରତି ବର୍ଷ ହଜାର ହଜାର ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି ବୁଣାକାର ହସ୍ତତନ୍ତ ସାମଗ୍ରୀ କିପରି ତାହାର ପ୍ରସ୍ତୁତ ହେଉଛି ତାକୁ ଦେଖିବା ପାଇଁ । ଏହି ସୋରୁମ୍‌ରେ ସମସ୍ତ ପ୍ରକାର ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଖଦୀ ସାମଗ୍ରୀ ତଥା ଖଣ୍ଡୁଆ ପାଟ, ପଲ୍ଲି ବସ୍ତ୍ର, କଟନ୍ ଶାଢ଼ି, ଖଦୀ ଜ୍ୟାକେଟ , ଖଦୀ କପଡା ବିଭିନ୍ନ ପ୍ରକାର କ୍ଷୁଦ୍ର ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଧୁପକାଠି, ଫିନାଇଲ୍ ପ୍ରଭୁତି । ଅନୁଷ୍ଠାନର ମୁଖ୍ୟ ପ୍ରକାଶ ଦାସଙ୍କ ଉଦ୍ୟମ କ୍ରମେ ଗଢ଼ିଉଠିଥିବା ଏହି ଶୀତତାପ ନିୟନ୍ତ୍ରିତ ସୋରୁମକୁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଖଦି ଗ୍ରାମୋଦ୍ୟୋଗ ଭଣ୍ଡାରର ନିର୍ଦ୍ଦେଶକ ସମିର ମହାନ୍ତି ଓ ଖଦି ଗ୍ରାମୋଦ୍ୟୋଗ ଭଣ୍ଡାରର ସଭାପତି ଭାଗିରଥି ନନ୍ଦ ଉପସ୍ଥିତ ରହିଥିଲେ । ପରେ ସୋରୁମର ସମସ୍ତ ବସ୍ତ୍ରକୁ ନିରିକ୍ଷଣ କରିବା ୧୫୬୯୦ଟଙ୍କାର ଖଣ୍ଡୁଆ ଶାଢ଼ୀ, ଖଦୀ ଜ୍ୟାକେଟ ଓ ଧୁପକାଠି କିଣିଥିଲେ ।

Leave a Comment