ବଳଦ ଗାଡିରେ ପ୍ରଧାନବିଚାରପତି…

ବଳଦ ଗାଡିରେ ପ୍ରଧାନ ବିଚାରପତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ୍ୟ । ତେବ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା । ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅଧୀନସ୍ଥ ତାଙ୍କ ପୈତୃକ ଗ୍ରାମ ପୁନ୍ନଭରମରେ ଆଜି ବଳଦ ଗାଡ଼ିରେ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏପ୍ରିଲରେ ରମଣା ପ୍ରଧାନ ବିଚାରପତି ହେବାପରେ ପ୍ରଥମ ଥର ନିଜ ଗ୍ରାମକୁ ଯାଇଛନ୍ତି । ଗାଁ ନିକଟରେ ପହଞ୍ଚିବାପରେ ରମଣା ଏବଂ ତାଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ସେମାନଙ୍କୁ ପାରମ୍ପରିକ ବଳଦ ଗାଡ଼ିରେ ଗାଁକୁ ନିଆଯାଇଥିଲା । ପ୍ରଧାନ ବିଚାରପତିଙ୍କ ଆଗମନରେ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଲୋକ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇଥିଲେ ଏବଂ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଜଷ୍ଟିସ ରମଣା ଗାଁରେ ୪ ଘଣ୍ଟା ରହି ବିଜୟୱାଡ଼ା ଫେରି ଆସିଥିବା ଜଣାପଡ଼ିଛି । ଏଭଳି ଏକ ସ୍ୱାଗତ ସମ୍ବର୍ଦ୍ଧନାକୁ ନେଇ ଏବେ ବିଚାରପତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave a Comment