ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ହତ୍ୟାକାଣ୍ଡ, ୨ ଗିରଫ

ପୁରୀ – ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡର ଅଧକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତି ଗତ ସହଯୋଗୀ ଚିତ୍ତରଞ୍ଜନ ହତ୍ୟାକଣ୍ଡ ଘଟଣାରେ ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଗତ ଶନିବାର ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟ ଚକ୍ରପଡା ଗ୍ରାମକୁ ଯାଇଥିଲା । ତାପରେ ସେହି ଦିନଠାରୁ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲା । ପରେ ଶନିବାର ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈ ପଠାରୁ ମିଳିଥିଲା । ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୫ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଯେଉଁ ଅଭଯୋଗ କରୁଥିଲେ ବିରୋଧି ତାହା ସଂମ୍ପୁଣ୍ଣ ମିଥ୍ୟା ପ୍ରମାଣିତ କରିଛି ।ଏହି ହତ୍ୟାକାଣ୍ଡ ପଛରେ ଏକ ପ୍ରେମ ବ୍ୟାପାର ଲିଙ୍କ ରହିଥିବା ସାମ୍ନାକୁ ଆସିଛି । ତେବେ ଏହା କେତେ ସତ୍ୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave a Comment