ଲାଗୁହେଲା ନାଇଟ୍ କର୍ଫ୍ୟୁ

ସାରା ଭାରତକୁ ଏବେ ଘାରୁଛି ଓମିକ୍ରନ ଭୟ । ଓଡିଶାରେ ୨ଜଣ ଓମିକ୍ରନ ପଜିଟିଭ୍ ବାହାରିବା ପରେ ବଡଦିନ ଓ ନୂଆବର୍ଷ ପାଇଁ ସାରା ଓଡିଶାରେ ଲାଗୁହୋଇଛି କୋଭିଡ୍ କଟକଣା । ବିଭିନ୍ନ ଯାଗାରେ ମଧ୍ୟ ୧୪୪ଧାରା ଲାଗୁ କରାଯାଇଛି । ନୂଆ ନିୟମ ଅନୁଯାୟୀ, ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ରେସ୍ତୋରାଁ, ସୋ’ରୁମ୍‌, ଖାଦ୍ୟ ଦୋକାନ ଏବଂ ଦୁଗ୍ଧ ଦୋକାନ ରାତି ୧୦.୩୦ ପରେ ଖୋଲା ରଖିବାକୁ ଅନୁମତି ଦିଆଯିବ ନାହିଁ । ନିଜ ନିଜ ଜିଲ୍ଲାରେ କରୋନାଭାଇରସ୍ ସଂକ୍ରମଣ ପରିସ୍ଥିତି ଉପରେ ନଜର ରଖି ଖୋଲା ସ୍ଥାନରେ ଏକାଠି ହେବାର ସୀମା ସ୍ଥିର କରିବାକୁ ରାଜ୍ୟ ସରକାର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ପ୍ରସିଦ୍ଧ ଧାର୍ମିକ ସ୍ଥାନଗୁଡିକୁ ଗୋଟେ ଘଣ୍ଟାରେ ଦୁଇଟି ଟିକା ନେଇଥିବା ୬୦ଜଣ ଲୋକଙ୍କୁ ଛାଡ଼ିବାକୁ କହିଥିବା ବେଳେ ଅନ୍ୟାନ୍ୟ ଧାର୍ମିକ ସ୍ଥାନଗୁଡିକରେ ଗୋଟେ ଘଣ୍ଟାରେ ୪୦ଜଣଙ୍କୁ ଛାଡ଼ିବାକୁ କହିଛନ୍ତି । ସିନେମା ହଲଗୁଡ଼ିକୁ ୫୦% ବସିବା କ୍ଷମତା ସହିତ ଚାଲୁ ରଖିବାକୁ କୁହାଯାଇଥିବା ବେଳେ ଟିକାର ଦୁଇଟି ଡୋଜ ନେଇଥିବା ଲୋକଙ୍କୁ ହିଁ ଅନୁମତି ଦେବାକୁ କୁହାଯାଇଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଏବେ ଆସାମ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଆସାମରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନଥିଲେ ବି ସଂକ୍ରମଣ ରୋକିବାକୁ ସରକାର ରାତି ୧୧.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ହେଲେ ଡିସେମ୍ବର ୩୧ରେ ଏହି କଟକଣା ଲାଗୁ ହେବ ନାହିଁ । ଆପଣ ମାନେ ସରକାର ନିୟମ ମାନି ଚଳନ୍ତୁ ସୁସ୍ଥ ସୁନ୍ଦର ସମାଜ ଗଙ୍ଘିବାରେ ସହାୟକ ହୁଅନ୍ତୁ ।

Leave a Comment