ଭଲ ଓ କିଛି ଖରାପ ସ୍ମୃତି ସହିତ ବିଦାୟ ନେବାକୁ ଯାଉଛି ୨୦୨୧ ଓ ନୂଆ ଆଶାର ଆଲୋକ ସହ ନୂତନ ବର୍ଷ ୨୦୨୨ର ଆଗମନ ହେବାକୁ ଯାଉଛି । ଏହାସହ ୨୦୨୨କୁ ନେଇ ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ଭବିଷ୍ୟବାଣୀ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦୃଷ୍ଟିଶକ୍ତି ହରାଇଥିବା ଏହି ରହସ୍ୟମୟୀ ବୁଲ୍ଗେରିଆବାସିନୀ କରିଥିବା ଭବିଷ୍ୟବାଣୀ ମଧ୍ୟରୁ କେତେକ ସତ୍ୟ ହୋଇଥିବା କଥା ଲୋକେ କହନ୍ତି। ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ୨୦୨୨ ବର୍ଷ ପାଇଁ ସେ କ’ଣ ଭବିଷ୍ୟବାଣୀ (Baba Vanga Ki Bhavishyavani 2022) କରିଛନ୍ତି ଆସନ୍ତୁ ଜାଣିବା…
ଦୁନିଆରେ ଦେଖାଦେବ ଜଳର ଅଭାବ
ଭେଙ୍ଗା ବାବାଙ୍କ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ଜଳ ସଙ୍କଟ ଆହୁରି ଗଭୀର ହେବାକୁ ଯାଉଛି । ଅନେକ ସହରରେ ପାନୀୟ ଜଳର ଅଭାବ ଦେଖାଦେବ । ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ଓ ପୋଖରୀଗୁଡ଼ିକର ପାଣି ଶୁଖିବାକୁ ଲାଗିବ । ଜଳ ଅଭାବରୁ ଲୋକମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହେବେ ।
ଲୋକଙ୍କୁ ଲାଗିଯିବ ଗ୍ୟାଜେଟର ନିଶା
ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ଲୋକମାନେ ମୋବାଇଲ୍, ଲାପଟପ୍ ଏବଂ କମ୍ପ୍ୟୁଟରରେ ଅଧିକ ସମୟ ଅତିବାହିତ କରିବେ ସେମାନଙ୍କର ଏହି ଅଭ୍ୟାସ ଧୀରେ ଧୀରେ ନିଶାର ରୂପ ନେବ, ଯେଉଁଥିପାଇଁ ଲୋକଙ୍କ ମାନସିକ ଅବସ୍ଥା ଖରାପ ହେବ ଓ ସେମାନେ ମାନସିକ ସ୍ତରରେ ଅସୁସ୍ଥ ହୋଇଯିବେ ।
ସାଇବରିଆରେ ମିଳିବ ବିପଜ୍ଜନକ ଭାଇରସ
ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ମିଂ ଚଳିତ ବର୍ଷ ପ୍ରଳୟକାରୀ ସିଦ୍ଧ ହେବ । ଗରମ ହେତୁ ରୁଷର ସାଇବେରିଆ ଅଞ୍ଚଳରେ ବରଫ ତରଳିବା ଆରମ୍ଭ କରିବ, ଯେଉଁ କାରଣରୁ ବୈଜ୍ଞାନିକଙ୍କ ଦଳକୁ ଏକ ମାରାତ୍ମକ ଭୂତାଣୁ ମିଳିବ । ଏହି ଭୂତାଣୁ ଅତ୍ୟଧିକ ସଂକ୍ରମିତ ହେବ ଓ ଶୀଘ୍ର ବିସ୍ତାର ହେବ । ଏହି ସଂକ୍ରମଣର ମୁକାବିଲା କରିବାରେ ଦୁନିଆର ସମସ୍ତ ବ୍ୟବସ୍ଥା ବିଫଳ ହେବ ।
ଭାରତରେ ୫୦ ଡିଗ୍ରୀ ପହଞ୍ଚିବ ତାପମାତ୍ରା
ଭାରତ ଉପରେ ମଧ୍ୟ ଗ୍ଲୋବାଲ ୱାର୍ମିଂର ପ୍ରଭାବ ପଡ଼ିବ । ଏହି କାରଣରୁ ଦେଶର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ତାପମାତ୍ରା ବୃଦ୍ଧି ହେତୁ ପଙ୍ଗପାଳର ଉତ୍ପାଦନ ବୃଦ୍ଧି ପାଇବ ଓ ସେମାନେ କୋଟି କୋଟି ସଂଖ୍ୟାରେ ସବୁଜ ଅଞ୍ଚଳ ଉପରେ ଆକ୍ରମଣ କରିବେ ଏବଂ ନଷ୍ଟ କରିବେ । ଏହାଦ୍ୱାରା ଦେଶରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ ।
କେବଳ ଭଗବାନଙ୍କ ନାମ ଜପ କରନ୍ତୁ । ମାଳିକା ଅନୁସାରେ କଳିଯୁଗର ଅନ୍ତ ହୋଇଆସୁଛି । ଗୋଟିଏ ଗୋଟିଏ ଅଘଟଣ ଘଟିବାରେ ଲାଗିଛି ।