ପ୍ରତିଟି ମଣିଷ ପକ୍ଷେ ସକାଳର ଜଳଖିଆ ନିହାତି ଆବଶ୍ୟକ । ଖାଦ୍ୟ ଖାଇବା ସମୟରେ କେତୋଟି ଦିଗପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ସକାଳ ଜଳଖିଆ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳ ଜଳଖିଆ ଓଜନ ହ୍ରାସ କରିବା ଠାରୁ ନେଇ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ କରିବା, ଶରୀରକୁ ଆବଶ୍ୟକ ଶକ୍ତି ଦେବା ଇତ୍ୟାଦି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଜଳଖିଆରେ ସଠିକ୍ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଆବଶ୍ୟକ । ଯେଉଁମାନେ ୱାର୍କ ଆଉଟ କରୁଛନ୍ତି କିମ୍ବା ଡାଏଟିଂ କରୁଛନ୍ତି ସେମାନଙ୍କ ପାଇଁ ସଠିକ ଜଳଖିଆ କରିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ସଠିକ ଭାବେ ସକାଳ ଜଳଖିଆ ନଖାଇଲେ ଶରୀରରେ ଓଜନ ହ୍ରାସ ହେବା ବଦଳରେ ଏହା ବଢ଼ିବଢ଼ି ଚାଲିଥାଏ ।
ପ୍ରାୟତଃ ଲୋକମାନେ ସକାଳେ ବ୍ୟସ୍ତରେ ରହିଥାଆନ୍ତି । ଏହି କାରଣରୁ ସେମାନେ ଆରାମରେ ବସି ଜଳଖିଆ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଛିଡ଼ା ହୋଇ ନହେଲେ ନିଜ କାମ କରୁକରୁ ସେମାନେ ନିଜର ସକାଳ ଜଳଖିଆକୁ ଖାଇଥାଆନ୍ତି । ଏମିତି ଜଳଖିଆ ଖାଇବା ହେତୁ, ଯେତେବେଳେ ସେମାନଙ୍କ କାମ ସରି ଯାଇଥାଏ । ନଖାଇଲା ଭଳି ଲାଗିଥାଏ । ଆଉ ପୁନର୍ବାର ଭୋକ ହୋଇଥାଏ । ସେତେବେଳେ ଆମେ ନଭାବି ନଚିନ୍ତି ଯାହା ପାଇଲେ ତାହା ଖାଇ ଦେଇଥାଉ ।ସେହିପରି ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି, ଦିନସାରା ଡାଏଟିଂ କରୁଛନ୍ତି ଏବଂ ତଥାପି ଆପଣଙ୍କ ଓଜନ ହ୍ରାସ ହେଉନାହିଁ । ତେବେ ଆପଣଙ୍କର ସକାଳ ଜଳଖିଆ ଉପରେ ଧ୍ୟାନ ଦିଅନ୍ତୁ । ଏଥିରେ ବ୍ୟାକଡେଡ୍ ଖାଦ୍ୟ ଖାଉ ନାହାନ୍ତି ତ? କିମ୍ବା ପ୍ୟାକ୍ ହୋଇଥିବା ଫଳରସ ପିଉ ନାହାନ୍ତି ତ? ଏଭଳି ଖାଦ୍ୟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
ସେହିପରି ଯଦି ଆପଣ ଜଳଖିଆରେ କ୍ୟାଲୋରୀ ବହୁତ କିନ୍ତୁ ପୁଷ୍ଟିକର ଖାଦ୍ୟ ସର୍ବନିମ୍ନ ରହିଛି । ତେବେ ଏହିପରି ଜଳଖିଆ ମଧ୍ୟ ଓଜନ ହ୍ରାସ କରିବା ପରିବର୍ତ୍ତେ ଆପଣଙ୍କ ଓଜନ ବୃଦ୍ଧି କରିଥା ଏ । ଆପଣ ସର୍ବଦା ଜଳଖିଆରେ ଉପଯୁକ୍ତ ପ୍ରୋଟିନ୍ ଖାଦ୍ୟ ଖାଆନ୍ତୁ । ଏତଦ ଦ୍ୱାରା ଆପଣଙ୍କୁ ଅନେକ ସମୟ ଧରି ଭୋକ ବି ଲାଗିବ ନାହିଁ । ଆଉ ଓଜନ ବି ହ୍ରାସ ହେବ ।
