ନୂଆ ବର୍ଷରେ ସରକାର ଦେଉଛନ୍ତି ଦୁଃଖର ଉପହାର

ନୂଆଦିଲ୍ଲୀ – ନୂଆବର୍ଷରେ ଆପଣ ପକେଟ ହେଇଜିବ ଖାଲି । ସରକାର ବିଭିନ୍ନ ସାମଗ୍ରୀ ଉପରେ ଲଗାଇବାକୁ ଯାଉଛନ୍ତି ଅତ୍ୟଧିକ ଟ୍ୟାକ୍ସ । ଆପଣଙ୍କୁ କହିରଖୁଛୁ ନୂଆ ବର୍ଷ ଆପଣଙ୍କ ପାଇଁ ଖୁସି ଆଣୁଛି କିନ୍ତୁ ଦରବୃଦ୍ଧି ନେଇ ଚିନ୍ତା ମଧ୍ୟ ଆଣୁଛି । ଡ୍ରେସ୍‌, ଜୋତାଠୁ ଆରମ୍ଭ କରି ଅନଲାଇନ୍ ଖାଇବା ମଗାଇବା ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବାକୁ ଯାଉଛି । ଜାଣିନିଅନ୍ତୁ କେଉଁ କେଉଁ ସାମଗ୍ରୀ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁହବୋକୁ ଯାଉଛି ।

ବଢିବ ଜିଏସଟି ଦର

୧ ଜାନୁୟାରୀରୁ ରେଡିମେଟ୍ ଗାରମେଣ୍ଟରେ ଜିଏସଟି ଦର ୫ ପ୍ରତିଶତରୁ ବୃଦ୍ଧି ପାଇ ୧୨ ପ୍ରତିଶତ ହୋଇଯିବ । ଏଥିରେ ରେଡିମେଡ୍ ଗାରମେଣ୍ଟର ଦାମ୍ ବଢିବ । କପଡା ବ୍ୟାପାରୀଙ୍କ କହିବାନୁସାରେ ଜିଏସଟଟିରେ ବୃଦ୍ଧି ହେବା ଯୋଗୁଁ ରିଟେଲ୍ କାରବାର ପ୍ରଭାବିତ ହେବ । ରେଡିମେଡର ବ୍ୟାପାର ସହିତ ଜଡିତ ବ୍ୟାପାରୀ ଜିଏସଟିରେ ବୃଦ୍ଧିକୁ ବିରୋଧ କରୁଛନ୍ତି । ତେବେ ସରକାର ନିଜ ନିଷ୍ପତ୍ତିରୁ ପଛକୁ ହଟିବା ପାଇଁ ଆଗଭର ହେଉନାହାଁନ୍ତି । ଏଭଳି ସ୍ଥଳେ ନୂଆ ବର୍ଷରୁ ରେଡିମେଟ୍ ଗାରମେଣ୍ଟ୍ସ କ୍ରୟ ପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିଯିବ । ଏହି ଟ୍ୟାକ୍ସ ସ୍ଲାବରେ ନୂଆ ପରିବର୍ତ୍ତନ ୧ ଜାନୁୟାରୀ ୨୦୨୨ରୁ ଲାଗୁ ହୋଇଯିବ ।

ଜିଏସଟି ଦର ବଢିବା ଯୋଗୁଁ ଖୁସି ନାହାଁନ୍ତି ସାଧରଣ ନାଗରିକ

ସାଧାରଣ ଲୋକମାନେ ମଧ୍ୟ ଜିଏସଟି ଦର ବଢିବା ଯୋଗୁଁ ଖୁସି ନାହାଁନ୍ତି । ଲୋକଙ୍କ କହିବାନୁସାରେ ଜିଏସଟି ବଢିବା ଯୋଗୁଁ କପଡା ରେଟ୍ ବହୁତ ବଢିଯିବ । ଯାହା ଫଳରେ ସାଧାରଣ ନାଗରିକଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । କରୋନା କାଳରେ ପୂର୍ବରୁ ହିଁ ବ୍ୟାପାରୀମାନେ ଚିନ୍ତାରେ ଅଛନ୍ତି । ବଜାରରେ ବିଲକୁଲ୍ କାମ ନାହିଁ । ଜିଏସଟି ବଢିବା ପରେ ବ୍ୟାପାରୀମାନେ ଅଧିକ ଚିନ୍ତାରେ ପଡିବେ ।

ଏହିଭଳି ହେବ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ

କହିରଖୁଛୁ ଏପର୍ଯ୍ୟନ୍ତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ଜୋତା-ଚପଲ ୫ ପ୍ରତିଶତ ଜିଏସଟି ପରିସରରେ ଆସନ୍ତି କିନ୍ତୁ ଏଥିରେ ଲାଗୁଥିବା ଫିତା, ଅଠା ଆଦି ସାମଗ୍ରୀ, କଲର ଆଦିରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ । ଯେଉଁ କାରଣରୁ ଇନଭର୍ସ ଟ୍ୟାକ୍ସ ଷ୍ଟ୍ରକ୍ଚର ଲାଗୁ ହୋଇଥାଏ । ଏହା ବ୍ୟତୀତ ଚମଡାରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ । ଏଥିରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେବାକୁ ହୋଇଥାଏ ଏବଂ ସରକାରଙ୍କୁ ରିଫଣ୍ଡ ଜାରି କରିବାକୁ ପଡିଥାଏ । ଜୋତା-ଚପଲ ମାମଲାରେ ସରକାରଙ୍କୁ ବାର୍ଷିକ ପ୍ରାୟ ୨ ହଜାର କୋଟି ଟଙ୍କା ରିଫଣ୍ଡ ଦେବାକୁ ପଡିଥାଏ । ବାସ୍ତବରେ ଜୋତା-ଚପଲ, ଡ୍ରେସ୍ ଓ ଫର୍ଟିଲାଇଜରରେ ଶୁଳ୍କ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଗତ ବର୍ଷ ଜୁନରେ ଯୋଜନା ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ଟାଳିଦିଆଯାଇଥିଲା ।

ଅନଲାଇନ୍ ଫୁଡିଂ ହେବ ମହଙ୍ଗା

ଡ୍ରେସ୍ ଓ ଜୋତା ବ୍ୟତୀତ ଯଦି ଆପଣ ଅନଲାଇନରୁ ଖାଦ୍ୟ ମଗାଇବେ ତେବେ ମଧ୍ୟ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପଡିବ । କାରଣ ୧ ଜାନୁୟାରୀରୁ ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ଜୋମାଟୋ ଓ ସ୍ୱିଗିରୁ ଖାଦ୍ୟ ଅର୍ଡର କଲେ କମ୍ପାନୀକୁ ଟ୍ୟାକ୍ସ ପୈଠ କରିବାକୁ ପଡିବ ।

କମ୍ପାନୀମାନେ ଗ୍ରାହକଙ୍କଠୁ ଆଦାୟ କରିବେ ପଇସା

ନୂଆବର୍ଷରୁ ଫୁଡ୍ ଡେଲିଭରୀ ଆପ୍ସରେ ମଧ୍ୟ ୫ ପ୍ରତିଶତ ଜିଏସଟି ଲାଗିବ । ୟୁଜର୍ସଙ୍କ ଉପରେ ଏହାର କୌଣସି ଫରକ ପଡିବନି କାରଣ ଏହା ପୂର୍ବରୁ କ୍ଲିୟର ହୋଇସାରିଛି ଯେ ସରକାର ଏହି ଟ୍ୟାକ୍ସ ଗ୍ରାହକଙ୍କଠୁ ନେବେନି । ବରଂ ଆପ୍ କମ୍ପାନୀମାନଙ୍କଠାରୁ ଆଦାୟ ହେବ । ତେବେ ଏହା ମଧ୍ୟ ହୋଇପାରେ ଯେ କମ୍ପାନୀଙ୍କ ଉପରେ ଚାପ ପଡିଲେ ସେମାନେ ଗ୍ରାହକଙ୍କଠାରୁ କୌଣସି ଉପାୟରେ ପଇସା ଆଦାୟ କରିବେ । ଅର୍ଥାତ୍ ନୂଆ ବର୍ଷରୁ ଅନଲାଇନ୍ ଫୁଡ୍ ଅର୍ଡର କରୁଥିବା ଗ୍ରାହକଙ୍କ ଉପରେ ବୋଝ ବଢିପାରେ ।
ସରକାର ଆଣୁଛନ୍ତି ଏହି ଦୁଃଖର ଉପହାର । ଆପଣ ଏହାକୁ ସ୍ୱାଗତ କରୁଛନ୍ତି କି ତେବେ କମେଣ୍ଟ ବକ୍ସରେ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ।

Leave a Comment