ବିଶ୍ୱକୁ ଗ୍ରାସ କଲାଣୀ କୋରୋନା : ଆଉ ତ୍ରାହି ନାହିଁ, ଓମିକ୍ରନ ପରେ ଆତଙ୍କ ଖେଳାଇଲାଣି ଡେଲମିକ୍ରନ

ଓମିକ୍ରନ ପରେ ସାମ୍ନାକୁ ଆସିଲା ଡେଲମିକ୍ରନ କେତେ ଶକ୍ତିଶାଳି ଆସନ୍ତୁ ଜାଣିବା । ବିଶ୍ବକୁ କେତେ କ୍ଷତି ପହଞ୍ଚାଇବ ଆସନ୍ତୁ ଜାଣିବା । ଗତମାସରେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିବା କୋରୋନା ଭାଇରସର ନୂଆ ଓମିକ୍ରନ ଭାରିଏଣ୍ଟ ଆମେରିକା ଓ ବ୍ରିଟେନ ସହ ଦୁନିଆର ବହୁତ ଦେଶ ମାନଙ୍କରେ ତାଣ୍ଡବ ଆରମ୍ଭ ହୋଇଛି । ଏହି ଭାରିଏଣ୍ଟ ପୂର୍ବରୁ, ଡେଲଟା ଭାରିଏଣ୍ଟ ହଇଚଇ ସୃଷ୍ଟି କରୁଥିଲା । କିନ୍ତୁ ବର୍ତ୍ତମାନ ଓମିକ୍ରନ ପରେ ଆଉ ଏକ ଭାରିଏଣ୍ଟ ସାମ୍ନାକୁ ଆସିଛି । ଯାହାର ନାମ ଡେଲମିକ୍ରନ୍ ବୋଲି କୁହାଯାଉଛି। ଆମେରିକା ଏବଂ ୟୁରୋପରେ କୋଭିଡ -୧୯ର ମାମଲା ବୃଦ୍ଧି ପଛରେ ଏହି ଭାରିଏଣ୍ଟ ଦାୟୀ ବୋଲି କୁହାଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡେଲମିକ୍ରନ୍ ହେଉଛି ଡେଲଟା ଏବଂ ଓମିକ୍ରନ୍ ଭାରିଏଣ୍ଟର ଏକ ମିଶ୍ରଣ । ଏହା ମଧ୍ୟ ଶୀଘ୍ର ବ୍ୟାପିବାରେ ଲାଗିଛି  । କୋଭିଡ -୧୯ ଉପରେ ମହାରାଷ୍ଟ୍ରର ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ଶଶାଙ୍କ ଯୋଶୀ କହିଛନ୍ତି, ‘ଡେଲଟା ଏବଂ ଓମିକ୍ରନ୍ ୟୁରୋପ ଏବଂ ଆମେରିକାରେ ସଂକ୍ରମଣର ଏକ ଛୋଟ ସୁନାମି ସୃଷ୍ଟି କରିଛି। ସେପଟେ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବହୁତ ଦେଶରେ ଡେଲଟାର ସ୍ଥାନ ନେବାରେ ଲାଗିଛି ।

ଡେଲମିକ୍ରନ ଭାରିଏଣ୍ଟ ଓମିକ୍ରନ ଠାରୁ କେତେ ଅଲଗା ?

ଓମିକ୍ରମ ସାର୍ସ କୋଭିଡ-୨ର ଅତ୍ୟଧିକ ଅପରିବର୍ତ୍ତିତ ବି ୧.୧.୧ ୫୨୯ ରୂପ । ଯାହା ପ୍ରଥମ ଥର ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା । ଏହି ଭାରିଏଣ୍ଟ ଦ୍ରୁତଗତିରେ ବିସ୍ତାର ହେବାରେ ଲାଗିଛି। ଆଉ ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଡେଲଟା ମୁକାବିଲାରେ କମ ଲକ୍ଷଣ ଦେଖାଦେଉଥିବା ଜଣାପଡ଼ିଛି । ଏହି କ୍ଷେତ୍ରରେ ମୃତ୍ୟୁ ରେଟ୍ ମଧ୍ୟ କମ ଦେଖିବାକୁ ମିଳିଛି । ଯାହା ଡେଲମିକ୍ରନ, ଡେଲଟା ଓ ଓମିକ୍ରନର ମିଶ୍ରଣ ଅଟେ । ଯାହା ଦ୍ରୁତଗତିରେ ବଢିବାର ଆଶଙ୍କା ମଧ୍ୟ ରହିଛି । ସେହିପରି ଡେଲମିକ୍ରନ ଡେଲଟା ଓ ଓମିକ୍ରନ ଦୁଇଟି ଷ୍ଟେନ୍ ଏକାସାଥିରେ ମିଶି କୋଭିଡ ୧୯ର ମାମଲାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଛନ୍ତି ।

ଭାରତରେ କେମିତି ଅଛି ଡେଲମିକ୍ରନର ସ୍ଥିତି?

ଭାରତରେ ବର୍ତ୍ତମାନ ସୁଦ୍ଧା ଡେଲମିକ୍ରନ ଭାରିଏଣ୍ଟକୁ ନେଇ ସେମିତି କିଛି ଖବର ସାମ୍ନାକୁ ଆସିନାହିଁ । ରିପୋର୍ଟ ମୁତାବିକ, ଦେଶରେ ଏହି ସମୟରେ ଓମିକ୍ରନର ମୋଟ ମାମଲା ୩୫୪ ରେ ପହଞ୍ଚିସାରିଛି । ଡା. ଶଶାଙ୍କ ଯୋଶୀ କହିଛନ୍ତି ଯେ, ଡେଲମିକ୍ରନ କୁ ନେଇ ଏବେ ସୁଦ୍ଧା କିଛି ଆକଳନ କରାଯାଇପାରିବ ନାହିଁ। ଯଦ୍ୱାରା ଜଣାପଡ଼ିଛି ଯେ ଓମିକ୍ରନରୁ ହୋଇଥିବା ନୂଆ ଭାରିଏଣ୍ଟ ଡେଲମିକ୍ରନର କଣ ପ୍ରଭାବ ପଡ଼ିଥାଏ । ଏଥିରେ ନିଜକୁ ସୁରକ୍ଷିତ ରଖିବା ସହ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ।

ଡେଲମିକ୍ରନ ଭାରିଏଣ୍ଟକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) କିମ୍ବା ଆମେରିକା ର ରୋଗ ନିୟନ୍ତ୍ରକ ଏବଂ ରୋକଥାମ କେନ୍ଦ୍ର ସିଡିସି ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦେଇନାହିଁ। ଏହା ସହିତ ଭାରତରେ କୋଭିଡ-୧୯ ଟାସ୍କ ଫୋର୍ସ ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR)  ମଧ୍ୟ ବର୍ତ୍ତମାନ ସୁଦ୍ଧା ଡେଲମିକ୍ରନ ଭାରିଏଣ୍ଟ କୌଣସି ଶବ୍ଦର ବ୍ୟବହାର କରିନାହାଁନ୍ତି ।

Leave a Comment