ଓମିକ୍ରନ ପାଇଁ ବନ୍ଦ ହେଲା ପଞ୍ଚାୟତ ନିର୍ବାଚନ ! କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଲେ ମୁଖ୍ୟମନ୍ତ୍ରୀ…

ସାରା ଦେଶରେ ବର୍ତ୍ତମାନ ଓମିକ୍ରନକୁ ଚିନ୍ତା ବଢିଯାଇଛି । ସାଧାରଣ ଲୋକଙ୍କ ଜିବନ ପ୍ରାଥମିକତା ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ ରାଜ୍ୟରେ ଏଭଳି ନିଷ୍ପତ୍ତି ନିଆଗଲା ଆସନ୍ତୁ ଜାଣିବା ।
ମଧ୍ୟପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ପାଇଁ ଏଭଳି ନିଷ୍ପତ୍ତ ନେଇଛନ୍ତି । ଶିବରାଜ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଏହା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେବେ । ପଞ୍ଚାୟତ ନିର୍ବାଚନ ସ୍ଥଗିତ ହେବାର ଗୋଟିଏ କାରଣ ମଧ୍ୟ ଇନ୍ଦୋରରେ ଓମିକ୍ରନର ୮ ଟି ମାମଲା ଜଣାପଡିଛି । ଏହି କାରଣରୁ ଶିବରାଜ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ତେବେ ଓଡିଶାରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮ରେ ପହଞ୍ଚି ସାରିଛି । ତେବେ ଓଡିଶାର ସରକାର ଆଗକୁ କଣ ପଦକ୍ଷେପ ନେବେ ତାହା ସମୟ କହିବ । ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଡିସେମ୍ବର ୪ରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ସୂଚୀ ଘୋଷଣା କରିଥିଲେ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଥିଲା ।
ରବିବାର ଦିନ କ୍ୟାବିନେଟ ବୈଠକରେ ନଭେମ୍ବର ମାସରେ ବିଧାନସଭାରେ ଏହି ନିୟମ ପାରିତ ହୋଇ ନ ପାରି ଅର୍ଡିନାନ୍ସ ଫେରସ୍ତ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପଞ୍ଚାୟତିରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ ଏହି ପ୍ରସ୍ତାବ ଦେଇଛନ୍ତି ଏବଂ କ୍ୟାବିନେଟ୍ ଏହାକୁ ପାରିତ କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି । ଏହା ସହ ପଞ୍ଚାୟତ ନିର୍ବାଚନ ବାତିଲ ହେବାର ସମସ୍ତ ସମ୍ଭାବନା ରହିଛି ଏବଂ ରାଜ୍ୟପାଳଙ୍କ ଆଦେଶ ପ୍ରତ୍ୟାହାର ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯିବ । ତେବେ ଓଡିଶା ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହାର ଫାଇଦା ପାଇପାରିବେ । ନିର୍ବାଚନ ଯଦି ବିଳମ୍ବ କରନ୍ତି ରାଜ୍ୟସରକାର ତେବେ କ୍ଷତି ହିଁ କ୍ଷତି ହେବ ଶାସକ ଦଳର ।

Leave a Comment