କଟକ – ଗୁଡି ସୁତା ବିକ୍ରି କରି ଜଣେ ବ୍ୟବସାୟୀକୁ ଜେଲ ଜିବାକୁ ପଡିଛି । ଏଭଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳରେ । ଗୁଡି ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା ପରେ ଆକ୍ସନ ମୋଡରେ ପୁଲିସ । ଗୁଡି ସୂତା ପାଇଁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୁଲିସ । ଜଗତପୁର ଅଞ୍ଚଳର ଗୁଡି ବ୍ୟବସାୟୀ ସେକ ଅନୱରଙ୍କୁ ଗିରଫ କରିଛି ପୁଲିସ । ଯୁବକଙ୍କ ମୃତ୍ୟୁ ପରେ ଆଜି ଗୁଡି ଦୋକାନରେ ଚଢାଉ କରିଯାଇଥିଲା । ଚଢାଉ ସମୟରେ ଗୁଡି, ନଟେଇ ଓ ସୂତା ଜବତ କରିଥିଲା ଜଗତପୁର ଥାନା ପୁଲିସ । ଗୁଡି ସୂତାରେ ଯୁବକଙ୍କ ମୃତ୍ୟୁ ପରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୁଲିସ । ଯେଉଁମାନେ ଏହିଭଳି ଗୁଡି ସୂତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗୁଡି, ନଟେଇ, ମାଞ୍ଜା ସୂତା ଜବତ କରି ଏସବୁ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖାଯାଇଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ ।
ସୂଚନାଅନୁଯାୟୀ, ଗତକାଲି ଗୁଡି ମଞ୍ଜା ସୁତାରେ କଟି ବାଇକରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । କଟକ ଜଗତପୁର ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ବେଳେ ମୃତ ଯୁବକ ଜଣକ ଭୟରପୁର ଅଞ୍ଚଳର ଜୟନ୍ତ ସାମଲ । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକରେ ତାଙ୍କ ସ୍ତ୍ରୀଙ୍କ ସହ ଶଶୁର ଘର ଯାଉଥିଲେ । ଜଗତପୁର ପୀରବଜାର ଅଞ୍ଚଳରେ ଯାଉଥିବା ବେଳେ ଗୁଡି ମଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ଜୟନ୍ତଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଜୟନ୍ତଙ୍କ ପତ୍ନୀ ଥାନାରେ ଏତଲା ଦେବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଏହାସହ ଆଜି କଟକରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୁଲିସ । ଏବେଠାରୁ ସାବଧାନ ହୋଇଯାଆନ୍ତୁ ନହେଲେ ଆପଣଙ୍କ ପାଳି ମଧ୍ୟ ପଡିପାରେ
