ଧନଲକ୍ଷ୍ମୀ ହେଲେ ସହାୟ ରାତାରାତି କୋଟିପତି, ହେଲେ ପରେ ଆସିଲା ଏଭଳି ସମସ୍ୟା

କଥାରେ ଅଛି ଯଦି ଧନଲକ୍ଷ୍ମୀ କାହାକୁ ସହାୟ ସେ ରାତାରାତି ହୋଯିବେ କୋଟିପତି ନହେଲେ କାଙ୍ଗାଳ । ଭଗବାନ ସବୁ ସହିପାରନ୍ତି ମଣିଷର ଗର୍ବଗର୍ଜନ ସହିପାରନ୍ତିନାହିଁ । ତେବେ କିଏ ସେ କୃଷକ କେମିତି ହେଲେ କୋଟିପତି
ଲକ୍ଷ୍ନୌରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ କୃଷକଙ୍କ ଭାଗ୍ୟ ରାତାରାତି ଯେ ବଦଳିଯିବ , ଏହା କେବେ ସେ ଭାବି ନଥିଲେ । ଜଣେ କୃଷକଙ୍କ ଆକାଉଣ୍ଟରେ ମାତ୍ର ୧୯୮୩ଟଙ୍କା ଥିଲା । ଭୁଲ୍ ବଶତଃ କୃଷକଙ୍କ ଡେବିଟ୍ କାର୍ଡ ବ୍ୟାଙ୍କର ସର୍ଭର ସହ ଲିଙ୍କ୍ ହୋଇଗଲା । ଏହାପରେ ଦମ୍ପତିଙ୍କ ଖାତାକୁ ହଠାତ୍ ଲକ୍ଷ ଲକ୍ଷ ଟଙ୍କା ଆସିଗଲା । ଆକାଉଣ୍ଟରେ ଏତେ ଟଙ୍କା ଥିବା ଜାଣି କୃଷକ ଓ ତାଙ୍କର ପତ୍ନୀ ତୁରନ୍ତ ଖାତାରେ ଥିବା ଟଙ୍କାରୁ ଖର୍ଚ୍ଚ କରିବା ଆରମ୍ଭ କରିଦେଇ ଥିଲେ ।
ଗାଡ଼ି କିଣିବା ସହ ଲକ୍ଷ ଲକ୍ଷ ଟଙ୍କାର ଗହଣା ତିଆରି କରିଥିଲେ କୃଷକ ଦମ୍ପତି । ଏହି ଭିତରେ ବ୍ୟାଙ୍କକୁ ଏହି ଭୁଲ୍ ବିଷୟରେ ଜଣାପଡ଼ିଗଲା । ଏହାପରେ କୃଷକଙ୍କ ଆକାଉଣ୍ଟରେ ଜମା ହୋଇଥିବା ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରି ଦିଆ ଯାଇଥିଲା । ସେପଟେ ବନ୍ଥରା ଥାନାରେ ମାମଲା ରୁଜୁ କରାଗଲା । ଏହି ଆଧାରରେ ପୁଲିସ୍ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି ତାଙ୍କ ପାଖରୁ ୭ ଲକ୍ଷ ଟଙ୍କା ଜବତ କରିଥିଲେ ।
ଇନ୍ସପେକ୍ଟର ଅଜୟ ପ୍ରତାପ ସିଂହଙ୍କ ମୁତାବିକ , ଉନ୍ନାବ କଞ୍ଚନପୁର ନିବାସୀ କରଣ ଶର୍ମାଙ୍କର ଆକାଉଣ୍ଟ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଅଛି । କରଣଙ୍କ ଖାତାରେ ୧୭ ଡିସେମ୍ୱରରେ ମାତ୍ର ୧୯୮୩ଟଙ୍କା ଥିଲା । ଏହି ଭିତରେ ତାଙ୍କର ଡେଭିଟ୍ କାର୍ଡ ବ୍ୟାଙ୍କର ସର୍ଭର ସହ ଲିଙ୍କ୍ ହୋଇଯାଇ ଥିଲା । ଆକାଉଣ୍ଟରେ ଟଙ୍କା ନଥିବା ସତ୍ତ୍ୱେ ୧୯ ଡିସେମ୍ୱରରୁ ସେ କ୍ରୟ କରିବା ସମୟରେ କାର୍ଡରୁ ଟଙ୍କା ଖର୍ଚ୍ଚ କରିଥିଲେ । ଏହାପରେ କରଣ ଲଗାତାର ଜିନିଷ କିଣିବାକୁ ଲାଗିଲେ । ପତି ହଠାତ୍ ନୂଆ ନୂଆ ଜିନିଷ ଆଣୁଥିବାର ଦେଖି ପତ୍ନୀ ଆଞ୍ଚଳ ସିଂହ ପଚାରିଲେ । ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସିବା କଥା କରଣ ସ୍ତ୍ରୀଙ୍କୁ କହିଥିଲେ । ଏହା ଶୁଣିବା କ୍ଷଣି ଆଞ୍ଚଳ ପତିଙ୍କୁ ଗାଡ଼ି ଓ ଗହଣା କିଣିବାକୁ ଦାବି କଲେ । ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ କରଣ ମଧ୍ୟ ଭୁଲ୍‌ରେ ବ୍ୟାଙ୍କର ଟଙ୍କା ଆକାଉଣ୍ଚରୁ ଖର୍ଚ୍ଚ କରିବା ଆରମ୍ଭ କରିଦେଇ ଥିଲେ । ୧୯ ଡିସେମ୍ୱରରୁ ୨୩ ଡିସେମ୍ୱର ମଧ୍ୟମରେ କରଣ ଓ ଆଞ୍ଚଳ ସିଂହ ଡେଭିଟ୍ କାର୍ଡ ମାଧ୍ୟମରେ ବ୍ୟାଙ୍କ୍‌ର ୭୬ ଲକ୍ଷ ୨୦ ହଜାର ଟଙ୍କା ସପିଂ କରିଥିଲେ । ବର୍ତ୍ତମାନ ଏ ମାମଲା କୋର୍ଟର ବିଚାରଧିନ ଅଛି । ତେବେ କୃଷକ ଠାରୁ ଏ ଟଙ୍କା ଆଗକୁ ଆଦାୟ ହେଉଛି ନା ନାହିଁ ତାହା ରାୟ ଆସିବା ପରେ ଜଣାପଡିବ ।

Leave a Comment