ମହିଳାଙ୍କୁ ଦୁରଯାତ୍ରା ମନା, ଆସିଲା ଏଭଳି ନିୟମ

କାବୁଲ : ଲୋକଙ୍କ ସ୍ୱାଧିନତାରେ ଲଗାମ ଲଗେଇବାରେ କେବେ ବି ପଛଘୁଞ୍ଚା ଦେଉନି ତାଲିବାନ । ଏବେ ଜଣାପଡ଼ିଛି ତାଲିବାନୀଙ୍କର ଅସଲ ଉଦ୍ଦେଶ୍ୟ । ଆଫଗାନିସ୍ତାନରେ ତାଲିବାନର ପୁନଃ ଆଗମନ ପରେ ଗୋଟିଏ ପରେ ଗୋଟିଏ ଅଜବ ନିୟମ ସବୁ ବାହାର କରୁଛି । ସଦ୍ୟ ମହିଳାଙ୍କର ମାନବାଧିକାର ଉଲ୍ଲଙ୍ଘନ କରିବାର ଘଟଣା ସାମନାକୁ ଆସିଛି । ପ୍ରଥମେ ଛାତ୍ରଙ୍କ ସ୍କୁଲ ଯିବାକୁ ନେଇ ଓ ଏବେ ମହିଳାମାନେ ଦୂର ଯାତ୍ରାରେ ଯିବାକୁ ନେଇ ତାଲିବାନର ଅସଲ ଚେହେରା ପୁରା ଦୁନିଆ ସାମନାକୁ ଆସି ଯାଇଛି ।

ଲାଇଭ୍ ହିନ୍ଦୁସ୍ତାନରେ ପ୍ରକାଶିତ ସୂଚନା ଆଧାରରେ , ଆଫଗାନିସ୍ତାନରେ ତାଲିବାନ ଅଧିକାରୀମାନେ ରବିବାର ଏକ ନୂଆ ନିୟମ କାର‌୍ୟ୍ୟକାରୀ କରିଛନ୍ତି । ଅଧିକ ଦୂର ଯାତ୍ରା କରୁଥିବା ମହିଳାଙ୍କୁ ଯାତାୟାତ ସୁବିଧା ପ୍ରଦାନ କରାଯିବ ନାହିଁ , ଯେପର‌୍ୟ୍ୟନ୍ତ ତାଙ୍କ ସହ କେହି ସଂପର୍କୀୟ ପୁରୁଷ ସାଥି ନାହାନ୍ତି । ଶିଷ୍ଟାଚାର ସହ ସଂପୃକ୍ତ ମନ୍ତ୍ରାଳୟ ପକ୍ଷରୁ ଜାରି ଉକ୍ତ ଗାଇଡଲାଇନରେ ସବୁ ଗାଡ଼ି ମାଲିକଙ୍କୁ ହିଜାବ ପିନ୍ଧିଥିବା ମହିଳାଙ୍କୁ ହିଁ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରାଳୟର ପ୍ରବକ୍ତା ସାଦିକ ଅକିଫ ମହାଜିର ରବିବାର ନ୍ୟୁଜ୍ ଏଜେନ୍ସି ଏଏଫ୍‌ପିକୁ କହିଛନ୍ତି କି ୪୫ ମାଇଲ( ୭୫ କିଲୋମିଟର) ରୁ ଅଧିକ ଯାତ୍ରା କରୁଥିବା ମହିଳାଙ୍କ ସହ ତାଙ୍କର ପରିବାର ସଦସ୍ୟ ବା ପୁଣି ସଂପର୍କୀୟ ସାଥିରେ ରହିବେ । ଯଦି କେହି ଥାନ୍ତି , ସଂପୃକ୍ତ ମହିଳାଙ୍କୁ ଯାତାୟାତର ଅନୁମତି ମିଳିବ ନାହିଁ ।ଏହା ବ୍ୟତୀତ ସୋସିଆଲ ମିଡ଼ିଆରେ ସେୟାର ହେଉଥିବା ନୂଆ ଗାଇଡଲାଇନ୍‌ରେ ଲୋକଙ୍କୁ ନିଜର ଗାଡ଼ିରେ ଗୀତ ବଜାଇବା ବନ୍ଦ କରିବାକୁ ବି କୁହା ଯାଇଛି । କିଛି ଦିନ ପୂର୍ବେ ଆଫଗାନିସ୍ତାନର ଟେଲିଭିଜନ ଚ୍ୟାନେଲ ଉପରେ ରୋକ୍ ଲାଗିଥିଲା । ଯେଉଁ କାର୍ଯ୍ୟକ୍ରମରେ ମହିଳାମାନେ ସାମିଲ ଥିବେ ତାର ପ୍ରସାରଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲା ।

Leave a Comment